ଅଭିମନ୍ୟୁ ପ୍ରଧାନଙ୍କ ଦ୍ବାଦଶ ପୂର୍ଣ୍ୟତିଥି ଶ୍ରଦ୍ଧାଞ୍ଜଳୀ ଦିବସ ପାଳନ।

0 276

ପୋଲସରା, ୧୩/୦୫(ପିପିଟି):ପୋଲସରା ଏନ୍ଏସି କାଳୀମନ୍ଦିର ସାହି ବାସିନ୍ଦା ଅଭିମନ୍ୟୁ ପ୍ରଧାନଙ୍କ ସ୍ଵର୍ଗାରୋହଣର ଦ୍ଵାଦଶ ପୁଣ୍ୟତିଥି ଦିବସ ପାଳିତ ହୋଇଯାଇଛି। ସୂଚନା ଯୋଗ୍ୟଯେ, ତାଙ୍କର ମୃତ୍ୟୁ ଗତ ୧ ତାରିଖ ଗୁରୁବାର ଦିନ ଘଟିଥିଲା। ତାଙ୍କର ସ୍ମୃତିରେ ପରିବାର ତରଫରୁ ୧୨ ତାରିଖ ବୁଧବାର ଦିନ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଅଞ୍ଚଳର ବିଶିଷ୍ଠ ସମାଜସେବୀ ପ୍ରଭାକର ପଣ୍ଡାଙ୍କ ସମେତ ବୁଦ୍ଧିଜୀବି, ସମାଜସେବୀ, ସଂଗଠକ ଏବଂ ନେତୃବୃନ୍ଦମାନେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ଭକ୍ତିପୁତ ଭାବେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକଶନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିବାର ଦେଖିବାକୁ ମିଳିଥିଲା। ସେ ଜଣେ ମିଷ୍ଟଭାଷୀ ଏଵଂ ସମସ୍ତଙ୍କ ଅତିପ୍ରୀୟ ବ୍ୟକ୍ତି ଥିଲେ । ଏହି ଅବସରରେ ଏକ ସତସଂଗ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.