ପୋଲସରା,୦୮/୦୫(ପିପିଟି) : ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକ ଓ ପୋଲସରା ବ୍ଳକର ତିନି ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଜନସାଧାରଣଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିବା ଜଣାପଡିଛି। ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମର ରୁନା ପାତ୍ର(୪୫)ଙ୍କ ଆକସ୍ମିକ ମୃତ୍ୟୁ ବରଣ ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଇ ୧ ତାରିଖ ଦିନ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର କାହ୍ନୁ ବେହେରା(୩୫) ସୁରଥରେ ଶ୍ରମିକ ଭାବେ କାଯ୍ୟ କରୁଥିବା ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀସାହୁ ମୃତକଙ୍କ ବାସଭବନକୁ ମଇ ୨ ତାରିଖ ଦିନ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମଇ ୬ ତାରିଖ ଦିନ ପୋଲସରା ବ୍ଲକର ମନ୍ଦାର ଗ୍ରାମର ସିଙ୍କୁଳା ମଳିକ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ଗ୍ରାମର ଜନସାଧାରଣଙ୍କୁ ଭେଟି ବିଭିନ୍ନ ସମସ୍ୟା ନେଇ ଆଲୋଚନା କରି ଜନସମ୍ପର୍କ ଜାରୀରଖିଛନ୍ତି।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା