ମାଲକାନଗିରି,୦୮/୦୫(ପିପିଟି):ଗତକାଲି ଘଡେ଼ଇ ଆବାସିକ କଲେଜ ତରଫରୁ ମାଲକାନଗିରି ଜିଲ୍ଲାରେ ୧୦ମ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡା, ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ନାୟକ, ଜଗଦୀଶ ତ୍ରିପାଠୀ,ବିଜୟ ମହାରଣା,ରାୱଲ ଟାୱାରୀ, ଘଡେ଼ଇ କଲେଜ ଏମଡି ସୁରେଶ ଚନ୍ଦ୍ର ଘଡେଇ, ସୂର୍ଯ୍ୟ କୁମାର ସାମଲ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠି ମଞ୍ଚାସୀନ ଥିଲେ।
ଘଡେ଼ଇ ଆବାସିକ କଲେଜର ଏମଡି ସୁରେଶ ଚନ୍ଦ୍ର ଘଡେଇ
ନିଜ ଆବାସିକ କଲେଜ ପାଠ ପଢାଇବା ପାଇଁ ଛାତ୍ରଛାତ୍ରୀଙ୍କୁ
ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ସହିତ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରାଯାଉଥିବା ପ୍ରକାଶ କରିଥିଲେ। ଅନ୍ୟାନ୍ୟ ପ୍ରାଇଭେଟ୍ କଲେଜ ଠାରୁ ତାଙ୍କ କଲେଜ କମ୍ ଡୋନେସନରେ
ଛାତ୍ରଛାତ୍ରୀ ମାନଙ୍କ ସୁନେଲୀ ସ୍ବପ୍ନକୁ ସାକାର କରିଥିବା ତାଙ୍କ
ଦୀର୍ଘ ଦିନର ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ।
ଜିଲ୍ଲା ବିଜେପି ସଭାପତି ଅଶୋକ କୁମାର ପରିଡା କହିଲେ ଯେ
କେବଳ ପରୀକ୍ଷାରେ ଭଲ ମାର୍କ ରଖି ଭଲ ଚାକରୀ ଖଣ୍ଡେ ପାଇଗଲେ, ଏହାକୁ ଶିକ୍ଷାର ମାନଦଣ୍ଡ ବୋଲି କୁହାଯିବ ନାହିଁ।
ଛାତ୍ରଛାତ୍ରୀ ମାନେ ଚରିତ୍ରବାନ ହେବା ଉଚିତ ଏବଂ ରାଷ୍ଟବାଦୀ
ହେବା ଉପରେ ଗୁରୁତ୍ଵ ଦେଇ ଥିଲେ। ବିଜେପି ଜିଲ୍ଲା ସଂଯୋଜକ ତଥା ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ କହିଲେ ଯେ, ବିଗତ ୩୦ ବର୍ଷ ତଳେ ମାଲକାନଗିରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ତର୍ଜମା କଲେ ଜଣା ଯାଏ ଯେ ଅଭିଭାବକ ମାନେ ବିଦ୍ୟାଳୟକୁ ପାଠ ପଢାଇବା ପାଇଁ ପିଲାମାନଙ୍କୁ ପାଉନଥିଲେ। ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଶିକ୍ଷା ହାର ବହୁ ନଗଣ୍ୟ ଥିଲା। ଆଜି କିନ୍ତୁ ମାଲକାନଗିରି ଜିଲ୍ଲା ର ଛାତ୍ରଛାତ୍ରୀମାନେ ଯେକୌଣସି ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଛନ୍ତି।ଏ ଜିଲ୍ଲାର ଛାତ୍ରଛାତ୍ରୀମାନେ ଭବିଷ୍ୟତ ରଥରେ ଡାକ୍ତର, ଇଞ୍ଜିନିୟର, ଓଏଏସ, ବୈଜ୍ଞାନିକ ହେବାରେ
ସକ୍ଷମ ହୋଇପାରିଛନ୍ତି। ଏଣୁ ଅଭିଭାବକ, ଶିକ୍ଷକ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ଲକ୍ଷ୍ୟ ଯଦି ଏକ ହେବ, ତେବେ ଶିକ୍ଷା କ୍ଷେତ୍ରରେ ମାଲକାନଗିରି ସୁନାମ ଅର୍ଜନ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ୧୦ମ ପରୀକ୍ଷାରେ ୮୦ ପ୍ରତିଶତ ରୁ ଊର୍ଦ୍ଧ୍ବ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଥିବା ୨୭ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଘଡେ଼ଇ କଲେଜ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)