ପୋଲସରା ୧୦ମ ଶ୍ରେଣୀ ବ୍ଲକ୍ ଟପରଙ୍କୁ ସମ୍ବର୍ଦ୍ଧନା।

0 418

ପୋଲସରା ,୦୪/୦୫(ପିପିଟି) :ଚଳିତ ବର୍ଷ ୨୦୨୪-୨୫ ଦଶମ ଶ୍ରେଣୀ ପରୀକ୍ଷାରେ ୫୬୦ ନ° ରଖି ପୋଲସରା ବ୍ଲକ୍ କଳମ୍ବ ଗ୍ରାମସ୍ଥିତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଲିଜା ଜେନା ବ୍ଲକରେ ଶୀର୍ଷ ସ୍ଥାନ ଅଧିକାର କରି ନିଜର ଗ୍ରାମ ଜେନାପୁର ସହ ଜକର ଗ୍ରାମ ପଞ୍ଚାୟତ ସମେତ ଉକ୍ତ ବିଦ୍ୟାଳୟ ଏଵଂ ସମଗ୍ର ପୋଲସରା ବ୍ଲକର ଗୌରବ ବଢ଼ାଇଥିବାରୁ ଅଞ୍ଚଳର ଏକ ମାତ୍ର ଅଗ୍ରଣୀ ବିବେକାନନ୍ଦ ଯୁବ ସଂଘ ତରଫରୁ ତାଙ୍କର ନିଜସ୍ଵ ଗ୍ରାମ ଜେନାପୁର ସ୍ଥିତ ବାସଗୃହରେ ଛାତ୍ରୀଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ସହ ସ୍ଵାମୀବିବେକାନନ୍ଦଙ୍କ ଫଟୋଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯିବାସହ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ଶୁଭକାମନା କରାଯାଇଛି। ଏହି ସମୟରେ ଛାତ୍ରୀଙ୍କ ମାତା ଟିକିନା ଜେନା ଓ ପିତା ତପନ କୁମାର ଜେନାଙ୍କ ସମେତ ପରିବାର ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ଥିବାବେଳେ
ସଂଘର ଶିବନାରାୟଣ ପ୍ରଧାନ, ଦେବେଶ କୁମାର ସାହୁ, ନାରାୟଣ ସାହୁ, ଶଙ୍କର୍ଷଣ ପ୍ରଧାନ, ନୀରଞ୍ଜନ ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ଏବଂ ସାଗର ଜେନା ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ। ସଂଘର ଏଭଳି ଉତ୍ସାହିତ କାର୍ଯ୍ୟକୁ ନେଇ ଗ୍ରାମରେ ପ୍ରଶଂସା କରାଯାଇଛି।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.