ବରିଷ୍ଠ ନାଗରିକ ମଞ୍ଚର ବୈଠକ ।

0 248

ଭଞ୍ଜନଗର, ୦୪/୦୫(ପିପିଟି) : ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ମଇ ମାସ ବୈଠକ ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାୟୀ ସଭାପତି ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକ ଆରମ୍ଭରେ ପହଲଗାମରେ ସନ୍ତ୍ରାସ ବାଦୀ ଆକ୍ରମଣରେ ନିହତ ହୋଇଥିବା ମୃତକ ଙ୍କ ଉଦ୍ଦେଶ୍ୟରେ ଦୁଇ ମିନଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପାକିସ୍ତାନ ପ୍ରୋତ୍ସାହନରେ ସନ୍ତ୍ରାସ ବାଦୀ ଙ୍କ ଏ ଅମାନୁଷିକ କାଣ୍ଡର ଘୋର ନିନ୍ଦା କରାଯାଇଥିଲା। ସଂପାଦକ ରବିନାରାୟଣ ସାମନ୍ତ ଗତ ମାସ ବୈଠକ ବିବରଣୀ ପାଠ କରି ଗୃହୀତ କରାଇ ନେଇଥିଲେ। ସଭାପତି ଖବର କାଗଜରେ ପ୍ରକାଶ ପାଇଥିବା ‘ବୟସ୍କଙ୍କ ବିଡମ୍ବନା’ଲେଖାଟି ପାଠ କରି ସରକାର କିପରି ବୟସ୍କ ମାନଙ୍କ ପ୍ରତି ଘୋର ଉଦାସୀନ ସେ ସମ୍ପର୍କ ରେ ସୂଚାଇଥିଲେ।ମଞ୍ଚର ପଞ୍ଜିକରଣ, ସ୍ୱାସ୍ଥ୍ୟ ଶିବିର ଓ ଦର୍ଶନୀୟ ସ୍ଥାନ ଘାଟିଶୁଳା, ଚକ୍ରଘଟୀ ପରିଦର୍ଶନ ସମ୍ପର୍କ ରେ ଆଲୋଚନା ହୋଇଥିଲା। ସତୁରି ବର୍ଷରୁ ଉର୍ଦ୍ଧ ସଭ୍ୟ ମାନଙ୍କ ଆୟୁଷ୍ମାନ ଯୋଜନାରେ କିପରି ଅନ ଲାଇନରେ ଦରଖାକ କରାଯିବ ସେ ଦାୟିତ୍ୱ କାର୍ଯ୍ୟକାରୀ ସଭାପତି ସନ୍ତୋଷ ତିଆଡ଼ିଙ୍କୁ ଅର୍ପଣ କରାଯାଇଛି। ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା। ସତ୍ୟଶ୍ରୀ ଜରାଶ୍ରମ ର ପରିଚାଳନା ରେ ସହଯୋଗ କରିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସଭାପତି ସଭ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି। ସର୍ବଶ୍ରୀ ଲଡ଼ୁକିଶୋର ପ୍ରଧାନ, ସୁରେନ୍ଦ୍ର ବେହେରା, ବାଳକୃଷ୍ଣ ବେହରା, ଏମ ରବୀନ୍ଦ୍ର କୁମାର ପାତ୍ର, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ସୁବାସ ଚନ୍ଦ୍ର ପ୍ରଧାନ, ବିପିନ କୁମାର ବେହେରା, ଶିବ ପ୍ରସାଦ ସୁବୁଦ୍ଧି ମଧୁସୂଦନ ସ୍ୱାଇଁ, ଶଙ୍କର ନାରାୟଣ ପାତ୍ର, ସନ୍ତୋଷ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ପୀତାମ୍ବର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.