CITU ତରଫରୁ ରଣପୁରରେ ବିଶ୍ଵ ଶ୍ରମିକ ଦିବସ ପାଳିତ ।

0 237

ରଣପୁର, ୦୧/୦୫(ପିପିଟି):ମେ’ ୧ ବିଶ୍ବ ଶ୍ରମିକ ଦିବସ ରେ CITU ତରଫରୁ ରଣପୁର ଗୋଡ଼ି ପାଟଣା ସାହି ସ୍ଥିତ ସହିଦ୍ ରଘୁ ଦିବାକର ଭବନ ଠାରେ ଏକ ଆଲୋଚନା ସଭା ଆୟୋଜିତ କରାଯାଇଥିଲା।ଏହି ପରିପ୍ରେକ୍ଷୀ ରେ CITU ର ଲାଲ ଝଣ୍ଡା କୁ ବ୍ଳକ ଆବାହକ ତଥା ବିଶିଷ୍ଟ ଶ୍ରମିକ ନେତା ସାଥୀ ଭିକାରୀ ଚରଣ ସାହୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ଥିଲେ। । ଉପସ୍ଥିତ ସାଥୀ ମାନେ ଶହୀଦ ବେଦୀରେ ମାଲ୍ୟାର୍ପଣ କଲା ପରେ ଭିକାରୀ ଚରଣ ସାହୁଙ୍କ ସଭାପତିତ୍ବରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସଭା ରେ ବକ୍ତା ମାନେ ଶ୍ରମିକ ଦିବସ ର ବିଶେଷତ୍ବ ସମ୍ପର୍କ ରେ ଆଲୋଚନା କରିବା ସହ କେନ୍ଦ୍ର ସରକାର ଙ୍କ ଜନ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ସରକାର ଙ୍କ ର ଶ୍ରମିକ ବିରୋଧି ଚାରୋଟି ଶ୍ରମ କୋର୍ଡ ତୁରନ୍ତ ବାତିଲ୍,୮ ଘଣ୍ଟା କାର୍ଯ୍ଯ ନୀତିକୁ କାୟମ ରଖିବା, ଆଶାକର୍ମୀ ଓ ପାଚିକା ଙ୍କ ସହ ଅନ୍ୟ ସ୍କିମ ଶ୍ରମିକ ଙ୍କୁ ନିୟମିତ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମାସିକ ଦରମା ୨୬୦୦୦ ଟଙ୍କା ଓ ସାମାଜିକ ସୁରକ୍ଷା, ମୃତ୍ୟୁ ଓ ଅବସର କାଳୀନ ସହାୟତା ଦଶ ଲକ୍ଷ ଟଙ୍କା, ୧୦ ହଜାର ଟଙ୍କା ପେନସନ,ଦରଦାମ ବୃଦ୍ଧି ନିୟନ୍ତ୍ରଣ, ସରକାରୀ ବ୍ୟବସ୍ଥାକୁ ଘରୋଇ କରଣ କରିବା ବନ୍ଦ କରିବା, ମୂଲିଆ ମଜୁରିଆ ଙ୍କୁ ବର୍ଷକୁ ୨୦୦ ଦିନ କାର୍ଯ୍ଯ ଓ ଦୈନିକ ମଜୁରୀ ୬୦୦ ଟଙ୍କା,ଚାଷି ଫସଲର ଉଚିତ ଦର ଆଦି ଦାବୀ ଗୁଡିକ କୁ କାର୍ଯ୍ଯ କାରିବାକୁ ବକ୍ତା ମାନେ ଦାବୀ କରିଥିଲେ।ସରକାର ଦେଇ ଥିବା ପ୍ରତିଶୃତି କାର୍ଯ୍ଯ କାରୀ ନ କରି ଧାରାବାହିକ ଜନ ବିରୋଧି ଓ ଶ୍ରମିକ ବିରୋଧି ନିତୀ ଗ୍ରହଣ କରି ଚାଲିଥିବାରୁ ଏହାକୁ ଲଗାମ ଦେବା ପାଇଁ ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଡ଼ାକରାରେ ଆଗାମୀ ମେ ୨୦ ତାରିଖରେ ଅନୁଷ୍ଠିତ ସାଧାରଣ ଧର୍ମଘଟ କୁ ରଣପୁର ରେ ସଫଳ କରିବାକୁ ସଙ୍ଗଠନ ତରଫରୁ ଆହ୍ଵାନ ଦିଆ ଯିବା ସହ ବ୍ୟାପକ ପ୍ରଚାର ପ୍ରସାର ପାଇଁ ବକ୍ତାମାନେ ଆହ୍ଵାନ ଦେଇଥିଲେ। ଏହି ଆଲୋ ଚନା ସଭାରେ ସି ଆଇ ଟି ୟୁ ର ରାଜ୍ଯ ନେତା ଦୁଷ୍ମନ୍ତ ଦାସ, ସୁରେଶ ସ୍ଵାଇଁ,ବିଶିଷ୍ଟ ବାମପନ୍ଥୀ ନେତା ହରିଶ୍ଚନ୍ଦ୍ର ମିଶ୍ର,ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା,ଭିକାରୀ ଚରଣ ସାହୁ, ସଂଯୁକ୍ତା ସେଠୀ, ସୁକାନ୍ତି ଜେନା,ସବ୍ୟସାଚୀ ସେନାପତି , ସୁଶୀଲ ମହାନ୍ତି ଓ ସ୍ଵପ୍ନା ପ୍ରଧାନ ପ୍ରମ୍ମୁଖ ଆଲୋଚନା କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.