ଓଡ଼ିଆରେ ନାମଫଳକ ଅଭିଯାନ- ସଚେତନତା ପଦଯାତ୍ରା।

0 305

ଛତ୍ରପୁର,୦୪/୦୪(ପିପିଟି): ଗଞ୍ଜାମ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ‘ଓଡ଼ିଆ ପକ୍ଷ ‘ ପାଳନ ଅବସରରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏହାର ଚତୁର୍ଥ ଦିବସରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆରେ ନାମ ଫଳକ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିବା ନିମନ୍ତେ ଶୁକ୍ରବାର ଦିନ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ପଦଯାତ୍ରା ଶୋଭାଯାତ୍ରା ବାହାରିଥିଲା। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଛତ୍ରପୁର ସହର ପରିକ୍ରମା ପୂର୍ବକ ପଦଯାତ୍ରା ମାଧ୍ୟମରେ ସଚେତନତା କରାଯାଇଥିଲା । ଉକ୍ତ ପଦଯାତ୍ରାକୁ ଶ୍ରମ ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.