ଅଙ୍ଗାରଗାଁ ରେ ହାତୀ ଉପଦ୍ରବ, ଧାନ ସହିତ ଫସଲ ନଷ୍ଟ ।

0 248

କୋଦଳା,୧୬/୦୨(ପିପିଟି): ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମରେ ବଣୁଆ ହାତୀ ର ଉପଦ୍ରବ ଫଳରେ ବ୍ୟାପକ ଶୁଖିଲା ଧାନ ଓ ମକା ,ଆଦି ଫସଲ ନଷ୍ଟ ହୋଇଛି । ସୂଚନା ଅନୁଯାଇ ସେହି ଗ୍ରାମର ବାଉରି ବନ୍ଧୁ ଜେନା ତାଙ୍କ ଘର ବାଡ଼ି ପଟେ ଶୁଖିଲା ଧାନ ଅମଳ କରି ବସ୍ତା ରେ ରଖିଥିଲେ । ଏବଂ ନିଜ ବାଡ଼ି ପଟେ ମକା ଆଦି ବିଭିନ୍ନ ଫସଲ ଲଗାଇଥିଲେ । ଏଥିସହିତ ଅଙ୍ଗାରଗାଁ ସ୍ଥିତ ବାଲାଜୀ କାଜୁ ଫ୍ୟାକ୍ଟ୍ରି ପରିସରରେ ଥିବା ନଡ଼ିଆ ଗଛ, କଦଳୀ ଗଛ ସହ ବହୁ କାଜୁ ବସ୍ତା ଆଦି ନଷ୍ଟ କରି ଥିବା ନେଇ ଜଣା ପଡିଛି । ଶନିବାର ଦିନ ରାତ୍ର ସମୟରେ ହାତୀ ଆସି ଏସବୁ ଫସଲ ଦଳି ଚକଟି ନଷ୍ଟ କରିବା ସହ କାଜୁ ଏବଂ ଧାନ ବସ୍ତା ଆଦି ନଷ୍ଟ କରି ଦେଇଛନ୍ତି । ଏ ନେଇ ଚାଷୀ ବାଉରି ବନ୍ଧୁ ଜେନା ସମେତ ଫ୍ୟାକ୍ଟ୍ରି ମାଲିକ ବୈକୁଣ୍ଠ ନାଥ ସାହୁ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ଅଙ୍ଗାରଗାଁ ଗ୍ରାମ ଏବଂ ପାଖା ପାଖି ଥିବା ଗ୍ରାମରେ ଭୟ ର ବାତାବରଣ ସୃଷ୍ଟି ହୋଇଛି । ଆଗରୁ ମଧ୍ୟ ହାତୀ ପଲ୍ଲ ଏହି ଅଞ୍ଚଳ ରେ ବ୍ୟାପକ ଫସଲ ନଷ୍ଟ କରିଥିଲେ । ବାଉରି ବନ୍ଧୁଙ୍କ କହିବାନୁଯାଇ ଏକ ଦନ୍ତା ହାତୀ ଆସି ଫସଲ ନଷ୍ଟ କରିଥିବା କଥା ସେ ପ୍ରକାଶ କରିଛନ୍ତି । ହାତୀ ପଲ୍ଲ କୁ ଘଉଡେଇବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ସୂଚନା ଅନୁଯାଇ ଏହି ଅଞ୍ଚଳରେ ଦୀର୍ଘ ଦିନ ହେଲାଣି ଏକ ଦନ୍ତା ହାତୀ ଏହି ଆତଙ୍କ ସୃଷ୍ଟି କରିଥିବା ନେଇ ଜନସାଧାରଣ ମାନେ ପ୍ରକାଶ କରିଛନ୍ତି । ଉଭୟ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଦାବୀ ହୋଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.