ବୋଲଗଡ଼,୦୬/୦୧(ପିପିଟି):ବୋଲଗଡ଼ ନିକଟସ୍ଥ ଦେଉଳି ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡିଶା ସରକାର ଙ୍କର ଦ୍ୱାରା ପ୍ରାୟୋଜିତ ଛାତ୍ରୀ ମାନଙ୍କର ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି। ଏହି ଶିବିରକୁ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ତପନ କୁମାର ଜେନା ପ୍ରଦୀପ ଜାଳି ଉଦଘାଟନ କରିଥିଲେ। କାର୍ଯ୍ୟ କ୍ରମ ରେ ସଂଯୋଜିକା ଅଧ୍ୟାପିକା ଅମିୟବାଳା ନନ୍ଦ କାର୍ଯ୍ୟ କ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପ୍ରଶିକ୍ଷିକା ଭାବେ ଓଡ଼ିଶା ସରକାରଙ୍କ ଦ୍ବାରା ତାଲିମ ପ୍ରାପ୍ତ ପୂର୍ବତନ ଛାତ୍ରୀ ମିତା ସ୍ୱାଇଁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦାନ କରି ଶିବିରାର୍ଥୀ ମାନଙ୍କୁ ଆତ୍ମରକ୍ଷା କୌଶଳ ର ଉଦେଶ୍ୟ ଓ ଉପକାରିତା ବିଷୟ ରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ବର୍ଷର କଳା ଓ ବିଜ୍ଞାନରୁ ୮୯ ଜଣ ଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦିର୍ଘ ଆଠ ଦିନ ଧରି ଚାଲିବ ବୋଲି ଡଃ ଜେନା କହିଛନ୍ତି। ଏହାର ତତ୍ତ୍ଵାବଧାନ ଭାବେ ବି. ଜେ. ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୂବନେଶ୍ବରଙ୍କୁ ଦାୟୀତ୍ବ ଅର୍ପଣ କରାଯାଇଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।