ଚତୁର୍ଦ୍ଦଶ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ, ସାଲୁଣି କ୍ରିକେଟ କ୍ଲବ ଚମ୍ପିୟାନ।

0 161

ବୋଲଗଡ଼,୦୫/୦୧(ପିପିଟି)ବୋଲଗଡ଼ ବ୍ଲକ ସଂପୂର୍ ଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଧଶତମ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟର ଶୁକ୍ରବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବା ସହ ଉଦଯାପିତ ହୋଇଯାଇଛି। ଏହି ମ୍ୟାଚରେ ବଘେଇ କ୍ରିକେଟ କ୍ଲବ କୁ ହରାଇ ସାଲୁଣି କ୍ରିକେଟ ଦଳ ଚମ୍ପିୟାନ ହୋଇଛି l ବଘେଇ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ୧୮.୩ ଓଭର ଖେଳି ସମସ୍ତ ଉଇକେଟ ବିନିମୟ ରେ ୧୦୯ ରନ ସଂଗ୍ରହ କରିଥିଲା।ଏହାର ଜବାବରେ ସାଲୁଣି କ୍ରିକେଟ ଦଳ ୧୪.୨ ଓଭର ରେ ୫ ଉଇକେଟ ହରାଇ ୧୧୦ରନ କରି ବିଜୟଲାଭ କରିଥିଲା l ଆଜିର ପୁରସ୍କାର ବିତରଣ ସଭାରେ ସାଲୁଣି କ୍ରିକେଟ ଦଳ ବିଜୟ ହୋଇ ଚମ୍ପିୟାନ ଟ୍ରଫି ସହ ଆର୍ଥିକ ପୁରସ୍କାର ଦଶ ହଜାର ଟଙ୍କା ପ୍ରଦାନ କରାଯାଥିଲା l ପରାଜିତ ଦଳକୁ ଟ୍ରଫି ସହ ସାତ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ମ୍ୟାଚଟିକୁ ଅମ୍ପେୟାର ଭାବେ ବାବୁଲା ଜଗଦେବ ଓ ପପୁ ମହାନ୍ତି ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେଡି ନେତ୍ରୀ ମୀରା ପରିଡା, ମୁଖ୍ୟ ବକ୍ତା ଭାବରେ news 7 ର ବରିଷ୍ଠ ସାମ୍ବାଦିକ ବିଭୁତି ଭୂଷଣ ବିଶ୍ୱାଳ ଏବଂ ସଂମ୍ମାନିତ ଅତିଥିଭାବରେ ପୂର୍ବତନ ବ୍ଲକ ଉପାଧକ୍ଷ ଦୁର୍ଯ୍ୟୋଧନ ସ୍ୱାଇଁ, ସରପଞ୍ଚ ଜଳଧର ମହାନ୍ତି ଓ ଖଙ୍ଗୁରିଆ ପଞ୍ଚାୟତର ବିଜେଡି ସଭାପତି ଚିତ୍ତରଞ୍ଜନ ମିଶ୍ର, ସମାଜ ସେବୀ ରବୀନ୍ଦ୍ର ସାଥୁଆ ଓ ଯୁବ ସାମ୍ବାଦିକ ନିରଞ୍ଜନ ସେଠୀ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଖେଳାଳି ମାନଙ୍କୁ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା l ଆୟୋଜକ କ୍ଳବ୍ ସଭାପତି ନିରଞ୍ଜନ ନାୟକ ଓ ଟୁର୍ଣାମେଣ୍ଟ ପରିଚାଳକ ଶାନ୍ତନୁ ଛୋଟରାୟଙ୍କ ସମେତ ସଦସ୍ୟ ବିକାଶ,ରାଜା,ରାଜକିଶୋର, ରଘୁନାଥ,ଚଗଲା,ଟୁନା,ବାବାଲି,ଡାଡିଲୁ,ଚିନୁ, ପିଣ୍ଟୁଆ, ବିକୁ, ଦିଲ୍ଲୀପ, କୁନୁ, ଲିକୁନ ଓ ଗଉରା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.