ଚିନ୍ତା ବଢାଇଛି ସାଇବର କ୍ରାଇମ; ସଚେତନତା’ହିଁ ସବୁ ସମସ୍ୟାର ସମାଧାନ ।

0 388

ଭଞ୍ଜନଗର, ୧୯/୧୨(ପିପିଟି) : ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଇବାରେ ଲାଗିଛି।ଫଳରେ ବହୁ ସରଳ ଓ ନିରୀହ ଲୋକ ଠକାମୀର ଶିକାର ହୋଇ ସର୍ବସ୍ବ ହରାଉଛନ୍ତି।ବିଭିନ୍ନ ଉପାୟରେ ଠକ ମାନେ ନିଜ କାର୍ଯ୍ୟରେ ସଫଳ ହେଉଛନ୍ତି। ଏହାକୁ ରୋକିବା ପାଇଁ ପୋଲିସ ର ଚିନ୍ତା ବଢିଯାଇଛି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ପୋଲିସ ଥାନା ପକ୍ଷରୁ ଏନଏସି ଟାଉନ ହଲ ଠାରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରୋବେଶନର ଏସପି ମନୀଷା ସଗୁନଏବଂ ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ,ଭଞ୍ଜନଗର ଥାନାଧିକାରୀ କୁମାର ମୁଦୁଲି ଓ ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧତା ଯୋଗ ଦେଇଥିଲେ।ନିଜର ପାସ ୱାର୍ଡ ଜଟିଳ ରଖିବା ସହ ଅଜଣା ଅଚିହ୍ନା ଲୋକର କଥାକୁ ବିଶ୍ୱାସ କରି ନିଜର ଆଧାର କାର୍ଡ, ପାନ କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଓଟିପି ଆଦି ପ୍ରଦାନ କରିବା ଦ୍ୱାରା କିଭଳି ଠକେଇ ହୁଏ ଓ କିଛି ସମସ୍ୟା ସୃଷ୍ଟି ହେଲେ ତୁରନ୍ତ ଟୋଲ ଫ୍ରି ନମ୍ବର ୧୯୩୦କୁ ଯୋଗାଯୋଗ କରିବା ଏବଂ ନିକଟସ୍ଥ ଥାନାରେ ଅଭିଯୋଗ କରିବା ଏବଂ ମୋବାଇଲରେ ଅନ ଲାଇନ ଗେମ ଖେଳିବା ଦ୍ୱାରା ଯୁବଗୋଷ୍ଠୀ ମାନେ ଠକେଇର ଶିକାର ହେବା ସହ ଦୃଷ୍ଟି ଦୋଷ ହରାଇବା, ମସ୍ତିଷ୍କ ଉପରେ ଚାପ ପଡିଥାଏ।ତେଣୁ ସେସବୁ ଠାରୁ ଦୂରେଇ ରହି ଆଉଟ ଡୋର ଗେମ ଖେଳିବା ସ୍ୱାସ୍ଥ୍ୟ ପକ୍ଷେ ହିତ କାରକ ବୋଲି ସୁଶ୍ରୀ ସଗୁନ କହିଥିଲେ।ସେହିପରି ଡିଜିଟାଲ ଆରେଷ୍ଟ, ଅନ ଲାଇନ ଲୋନ ପାଇଁ ରେଜିଷ୍ଟ୍ରେସନ, ସରକାରୀ ଯୋଜନା ନାମରେ ସାଇବର ଠକ ମାନେ ବିଭିନ୍ନ ତଥ୍ୟ ହାସଲ କରି ଫାଇଦା ଉଠାଇବା ଏବଂ ଟ୍ରାଫିକ ନିୟମ ପାଳନ ଉପରେ ଏସଡ଼ିପିଓ ଶ୍ରୀ ନାୟକ ସଚେତନ କରିଥିଲେ।ଭଞ୍ଜନଗର ଆଇଆଇସି ଶ୍ରୀ ମୁଦୁଲି ଧନ୍ୟବାଦ ଅର୍ପଣ ଓ ଅରକ୍ଷିତ ପରିଛା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।ଏଥିରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ, କେଏସୟୁବି କଲେଜର ଛାତ୍ରଛାତ୍ରୀ, ବହୁ ବୁଦ୍ଧିଜୀବୀ ଓ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେଇଥିଲେ।ଏହାପରେ ବେଲଗୁଣ୍ଠା ରୋଡ଼ ଠାରେ ଅମାନିଆ ଗାଡ଼ି ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ଟ୍ରାଫିକ ନିୟମ ପାଳନ କରିବା ପାଇଁ ସଚେତନ କରାଯାଇଥିଲା।ଏଥିରେ ଭଞ୍ଜନଗର ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.