ଗ୍ରୀନ ଏନାଲାଇଜର ମେସିନ ବିରୋଧରେ ଆରଏମସି ମାର୍କେଟ ୟାର୍ଡରେ ବୈଠକ କଲେ ଚାଷୀ ସଂଗଠନ ।

0 253

ସୁବର୍ଣ୍ଣପୁର ,୧୮/୧୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆରଏମସି ମାର୍କେଟ ୟାର୍ଡ୍ ଠାରେ ଗ୍ରୀନ ଏନାଲାଇଜର ମେସିନ ବିରୋଧ ରେ ଚାଷୀ ମାନେ ଏକତ୍ରିତ ହୋଇ ବୈଠକ କରିବା ସହିତ ଗ୍ରୀନ ଏନାଲାଇଜର ମେସିନ ରେ ଧାନକିଣା ବନ୍ଦ କରାଯାଉ ବୋଲି ନାରାବାଜୀ ଦେଇଥିଲେ । ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଂଗଠନ ର ସଭାପତି ଅଜିତ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ବିନିକା ଅଞ୍ଚଳର ସମସ୍ତ ଗ୍ରାମରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ । ସରକାର ଙ୍କ ଦ୍ୱାରା ପ୍ରଦତ୍ତ ଗ୍ରୀନ ଏନାଲାଇଜର ମେସିନ ରେ ଧାନ ର ମାନ ନିର୍ଧାରଣ କଲାପରେ ପ୍ରାୟ ସମସ୍ତ ଧାନ ଏଫ.ଏ. କ୍ୟୁ ର ମାନ୍ୟତା ମିଳୁନି, ଚାଷୀମାନେ ଭୟରେ ଟୋକାନ ଥିବା ସ୍ୱତେ ମଣ୍ଡିକୁ ଧାନ ଆଣିବାକୁ ଭୟ କରୁଛନ୍ତି,ଅଦ୍ୟାବଧି ବିନିକା ବ୍ଲକ ର ସମସ୍ତ ମଣ୍ଡିରେ ଅଚଲାବସ୍ଥା ଜାରି ରହିଛି ଯାହା ବିଡମ୍ବନା ର ବିଷୟ,ଏଥିଯୋଗୁଁ ଚାଷୀ ମାନସିକ ଚାପ ରେ ଥିବା ସହିତ ଆର୍ଥିକ ସଙ୍କଟ ର ସମ୍ମୁଖୀନ ହେବାକୁ ବସିଲେଣି ବୋଲି ଜିଲ୍ଲାପାଳ ଅନ୍ୟା ଦାଶ ଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ବିନିକା ବ୍ଲକ ଜନଶୁଣାଣୀ ଶିବିର ରେ ଜିଲ୍ଲାପାଳ ଉପସ୍ଥିତ ଥିବାରୁ ଶ୍ରୀ ଗଣେଶ କୃଷକ ସଂଗଠନ ର କେତେକ କର୍ମକର୍ତ୍ତା ଯାଇ ଜିଲ୍ଲାପାଳ ଙ୍କୁ ଭେଟି ସମସ୍ୟା ସମ୍ପର୍କ ରେ ଜଣାଇବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ତୁରନ୍ତ ଗ୍ରୀନ ଏନାଲାଇଜର ମେସିନ ପରୀକ୍ଷା କରିବାକୁ ବିନିକା ତହସିଲଦାର ସୀତାରାମ ଭୋଇ ଙ୍କୁ ମଣ୍ଡିକୁ ପଠାଇଥିଲେ | ତହସିଲଦାର ଏବଂ ଚାଷୀ ମାନଙ୍କ ଉପସ୍ଥିତିରେ ଗ୍ରୀନ ଏନାଲାଇଜର ମେସିନ ରେ ୨ ପ୍ରକାର ଧାନ ମାନ ଯାଞ୍ଚ କରାଯାଇଥିଲା । ହେଲେ ମେସିନ ରେ ଉଭୟ ଧାନ ର ମାନ FAQ ବାହାରି ନ ଥିଲା । ପରେ ଉକ୍ତ ରିପୋର୍ଟ କୁ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଥିଲା | ଏନାଲାଇଜର ମେସିନ ଧାନ ଚିହ୍ନିବାରେ ଅସମର୍ଥ ହେଉଛି ତେଣୁ ପୁରୁଣା ଗ୍ରେଡେସନ ମେସିନ ରେ ପରୀକ୍ଷା ହୋଇ ଧାନ କିଣାଯାଉ ବୋଲି ଚାଷୀ ମାନେ ଜିଲ୍ଲାପାଳ ଙ୍କୁ ଦାବି କରିଥିଲେ । ଜିଲ୍ଲାପାଳ ଦିନେ ଦୁଇ ଦିନ ଭିତରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନରେ ଯଦି ଏହାର କୌଣସି ସମାଧାନ ନହେଳେ ଚାଷୀମାନେ ତ ଆନ୍ଦୋଳନତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନି ଦେଇଛନ୍ତି ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.