ପ୍ରବଳ ହୋ ହୋଲ୍ଲା ମଧ୍ୟରେ ସମାପନ ହେଲା ସୁବର୍ଣ୍ଣରେଖା ବନ୍ଦର ଜନଶୁଣାଣୀ ।

0 281

ବାଲିଆପାଳ,୧୭/୧୨:ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖଠାରେ ହେବାକୁ ଯାଉଥିବା ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରପାଇଁ ଡଗରା ମକରମେଳା ପଡିଆରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଦୂଷଣ ବିଭାଗ ପକ୍ଷରୁ ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବ ର୍ୀ ୧୪ଟି ପଞ୍ଚାୟତ ଲୋକଙ୍କୁ ନେଇ ଏହି ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା ।ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୁଧାକର ନାୟକ,ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧରକାରୀ (ବାଲେଶ୍ୱର)ମନମୋହନ ମୁର୍ମ୍ମୁ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ ।ବନ୍ଦର କମ୍ପାନୀ ସେକ୍ରେଟାରୀ ତନ୍ମୟ ସାହୁ ପ୍ରଥମରୁ ପୋର୍ଟ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି ଶିବିରରେ ଉଭୟ ସପକ୍ଷବାଦୀ ଏବଂ ବିପକ୍ଷ ବାଦୀ ନିଜ ନିଜର ମତାମତ ରଖିଥିଲେ । ୨୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ,ତୀର୍ଥ କୁମାର ନାଗ, ସତ୍ୟକାମ ମହାନ୍ତି, ଚୌମୁଖ ସମିତି ସଦସ୍ୟ ରାଜେଶ ଚୌଧୁରୀ, ଭିଟାମାଟି ସୁରକ୍ଷା ମଞ୍ଚ ଆବାହକ ଅରୁଣ ଜେନା, ଗୋବିନ୍ଦ ଦାସ, ବିନୋଦ ବିହାରୀ କର, ବେଣୁଧର ରଣଜିତ,ବାସନ୍ତୀ ରଣଜିତ ଚୌମୁଖ ସରପ,ମାୟାଧର କୁହ୍ଲାରୀ, ବିନଦ ବିହାରୀ କର,ବିଜୟ କୁମାର ନାୟକ ପ୍ରମୁଖ ବନ୍ଦର ବିପକ୍ଷରେ ନିଜର ମତ ରଖି ପାନ,ଧାନ,ମୀନ ତଥା ଶସ୍ୟ ଶ୍ୟମଳା ଅଞ୍ଚଳକୁ ବନ୍ଦର ହାତରେ ଟେକିଦିଆନଯାଉ । ବନ୍ଦର ହେଲେ ହଜାର ହଜାର ଲୋକ ନିଜର ଜିବନ ଜିବିକା ହରାଇବେ,ଶହ ଶହ ପରିବାର ଉଦବାସ୍ତ ହେବେ । ସୁବର୍ଣ୍ଣରେଖା ନଦୀରେ ଲୀନ ହୋଇଥିବା ୭ଟି ଗ୍ରାମର ଅଧିବାସୀ ବର୍ତ୍ତମାନ ସରକାରୀ ଜାଗାରେ ରହି ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିବା ବେଳେ ସରକାର ସେମାନଙ୍କୁ କିପ୍ରକାର ସହାୟତା ଯୋଗାଇବେ ବୋଲି ପ୍ରଶ୍ନ କରିଥିଲେ । ହଂସକରା ଠାରୁ କଙ୍କଡାପାଳ ପର୍ଯ୍ୟନ୍ତ ବିସ୍ତିର୍ଣ୍ଣ ବେଳାଭୂମି ଝାଉଁ ଜଙ୍ଗଲରେ ପରିପୂର୍ଣ୍ଣ , ପ୍ରତିବର୍ଷ ଏଠାକୁ କଇଁଛମାନେ ଅଣ୍ଡା ଦାନ ପାଇଁ ଆସନ୍ତି । ସେହିପରି ନୀଳ ରକ୍ତ କଙ୍କଡା,ନାଲି କଙ୍କଡାରେ ପରିପୂର୍ଣ୍ଣ ଏହି ବେଳାଭୂମିରେ ବନ୍ଦର ହେଲେ ସବୁକିଛି ଲୋପ ପାଇଯିବ। ସରକାର ଏଠାରେ ବନ୍ଦର ନକରି ପର୍ଯ୍ୟଟନ ଶିଳ୍ପର ବିକାଶ ସାଙ୍ଗକୁ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଦାବି ରଖିଥିଲେ । ହଜାର ହଜାର ଜନସାଧାରଣ ବନ୍ଦର ବିରୋଧରେ ଶଂଙ୍ଖନାଦ କରି ତାଲି ବଜାଇ ସେମାନଙ୍କ ସମର୍ଥନ ଜଣାଇଥିଲେ ।ସେହିପରି ସତ୍ୟାନନ୍ଦ ମହାନ୍ତି(ସରପ ଡଗରା),କସ୍ତୁରୀବାଳା ପାତ୍ର (ସରପ ପ୍ରତାପପୁର),ନିତ୍ୟାନନ୍ଦ ଜେନା, ମିଲିରାଣି ପାତ୍ର,ମନୋରଞନ ବେହେରା, ବେଣୁଧର ମଣ୍ଡଳ,ଅଶ୍ୱିନୀ ପାତ୍ର,ନିଳକଣ୍ଠ ନାୟକ,ସଦାଶିବ ଦାସ, ସୁମିତ୍ରା ପାଳ, କାନବାଳା ଦାସ, ବନ୍ଦନା ଜେନା,ପ୍ରମୁଖ ବନ୍ଦର ସପକ୍ଷରେ ନିଜର ମତ ରଖି ବନ୍ଦର ହେଲେ ଅଞ୍ଚଳର ବିକାଶ ହେବା ନେଇ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ ।ବନ୍ଦର ହେଲେ କେବଳ ବାଲିଆପାଳ ନୁହଁ ସମଗ୍ର ରାଜ୍ୟର ଅର୍ଥନୈତିକ ବିକାଶ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ବନ୍ଦର ହେଲେ ରେଳପଥ, ସଡକପଥ ପ୍ରଭୃତି ଗମାନାଗମନର ବ୍ୟାପକ ସୁବିଧା ସାଙ୍ଗକୁ ବନ୍ୟା ବାତ୍ୟା ଦାଉରୁ ଏହି ଅଞ୍ଚଳକୁ ରକ୍ଷା କରାଯାଇ ପାରିବ । ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନା ଗମନ ସାଙ୍ଗକୁ ବ୍ୟାପକ ଅତ୍ମ ନିଯୁକ୍ତି ସୃଷ୍ଟି ହେବ ବୋଲି ଦାବି ଉପସ୍ଥାପନ କରିଥିଲେ । ତେବେ ବନ୍ଦର ସପକ୍ଷବାଦୀ ମାନେ ସେମାନଙ୍କ ମତ ଉପସ୍ଥାପନ ବେଳେ ବିପକ୍ଷବାଦୀ ମାନେ ପ୍ରବଳ ହୋହାଲ୍ଲା କରିଥିଲେ । ବନ୍ଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶାନ୍ତ କୁମାର ମିଶ୍ର ଜନଶୁଣାଣୀ ଶେଷରେ ନିଜର ବାର୍ତ୍ତା ପ୍ରଦାନ କରିଥିଲେ ।ତେବେ ଲୋକଙ୍କ ମତାମତ ଆଧାରରେ ପ୍ରଶାସନ ବନ୍ଦର ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅତିରିକ୍ତ ମାଜିଷ୍ଟ୍ରେଟ ଶ୍ରୀ ନାୟକ ସୂଚନା ଦେଇଥିଲେ । ତେବେ ଆଜିର ଜନ ଶୁଣାଣି ଶିବିରରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିବା ବେଳେ ବନ୍ଦର ବିରୋଧରେ ପ୍ରବଳ ଜନମତକୁ ଦୃଷ୍ଟିରେ ରଖି ବନ୍ଦର ସ୍ୱପ୍ନରେ ରହିଯିବନି ତ ବୋଲି ଅନେକ ମତ ରଖିଛନ୍ତି । ସୁରକ୍ଷା ଦୃଷ୍ଟିରେରଖି ବାଲେଶ୍ବର ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହିତ ପ୍ରଶାସନ ୧୦ ପ୍ଳାଟୁନ ପୋଲିସ ମୁତୟନ କରାଯାଇଥିଲା। ବାଲେଶ୍ବର ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ, ଆଇଏଏସ ପ୍ରବେଶନର୍ ଅଭିଷେକ ଦୁଳାଲ, ଆଇପିଏସ୍ ପ୍ରବେଶନର୍ ଅର୍ଚ୍ଚିତା ମିତ୍ତଲ, ବସ୍ତା ଏସଡିପିଓ ବ୍ରଜମୋହନ ପ୍ରଧାନ, ବାଲିଆପାଳ ବିଡିଓ ପୁନମ ରାଉତ, ତହସିଲଦାର ସାଇ ଶ୍ରୀ ଲୋକନାଥ ସେଠି,ଆଇଆଇସି ବ୍ରହ୍ମାନନ୍ଦ ସ୍ବାଇଁଙ୍କ ସହିତ ବହୁ ପ୍ରଶାସନକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.