କଳାକାରମାନେ ସଙ୍ଘ ମନସ୍କ ହେବା ଉଚିତ : କଳାକାର ମହାସଂଘ ।

0 63

ବ୍ରହ୍ମପୁର,୨୨/୧୧(ପିପିଟି): କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ଏକ ବନ୍ଧୁ ମିଳନ ଉତ୍ସବ ଖଲିକୋଟ ବ୍ଲକ ବେଢ-ଛେଲୁ ସ୍ଥିତ ଶ୍ରୀ ଜଗନ୍ନାଥ ନାଟ୍ୟ କଳା ସାଂସଦ ଆଖଡ଼ା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଖଡ଼ା ପରିଚାଳକ ଭାସ୍କର ଚନ୍ଦ୍ର ଗୌଡ଼ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ବରିଷ୍ଠ ସଖିନାଚ ଗୁରୁ ବଳରାମ ଗୌଡ଼, ଲୋକ କଳା କଳାକାର ପ୍ରଦୀପ କୁମାର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମହାସଂଘ ଉଭୟ କଳା ଓ କଳାକାରଙ୍କ ହୀତ ସାଧନ ନିମନ୍ତେ ପ୍ରତିଷ୍ଠିତ ହେତୁ କଳାକାରମାନେ ସଂଘ ମନସ୍କ ହୋଇ ସବୁ କଳାକାର ଏକ ପରିବାର ବୋଧରେ ବଞ୍ଚିବା ଶିଖିଲେ କଳାକାର ସମାଜର ଦୁଃଖ-ଦୁର୍ଦ୍ଦଶା ଅପନୋଦିତ ହୋଇପାରିବ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସୁରେନ୍ଦ୍ର ପାଣି,ରାଙ୍କନିଧି ଗୌଡ଼,ପୂର୍ଣ୍ଣ ଚନ୍ଦ୍ର ଗିରି,ସୌମ୍ୟ ରଞ୍ଜନ ଗୌଡ଼ ପ୍ରମୁଖ କଳାକାର ସହଯୋଗ କରିଥିଲେ। ପରିଶେଷରେ ପୂର୍ଣ୍ଣ ଚନ୍ଦ୍ର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.