ଧାମରା,୨୧/୧୧:ଧାମରା ଗତ ୨ ତାରିଖ ଦିନ ଧାମରା ଥାନା ନିକଟସ୍ଥ କଇଥଖୋଲା ଠାରେ ଏକ ସାଧାରଣ ଯୁବକ କୁ ୫ଜଣ ଅଜଣା ଯୁବକ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ଧାମରା ଥାନା ଧିକାରୀ ଶୋଭନ ସ୍ବାଇଁ ଆଜି ଏହି ଘଟଣା ସହ ଜଡିତ ୩ଜଣ ଦୁର୍ବୁର୍ତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଏହି ଗୁଳିମାଡ଼ ଘଟଣା ରେ ଏକ ଗ୍ୟାଙ୍ଗ ର ସମ୍ପୃକ୍ତି ଥିବା ବେଳେ ସମ୍ପୃକ୍ତ ଯୁବକ ମାନେ ନିଛାଟିଆ ଅଞ୍ଚଳରେ ବସବାସ କରୁଥିବା ବ୍ୟକ୍ତି ବିଶେଷ ଏବଂ ଧାମରା କୁ ଆସୁଥିବା ଲୁହା ପଥର ବୋଝେଇ ଟ୍ରକ ର ଚାଳକ ମାନଙ୍କୁ ଏମାନେ ପିସ୍ତଲ ଦେଖାଇ ଲୁଟ ତା ରାଜ କରୁଥିଲେ। ଗିରଫ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୨ଜଣଙ୍କ ଘର ବାସୁଦେବପୁର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣକ ଘର ବାଂଶଡା ଥାନା ନିକଟସ୍ତ କୁଦ କାଁଥି ଗ୍ରାମର। ଏ ନେଇ ହୋଇଥିବା ସାମ୍ବାଦିକ ସମିଳନୀରେ ଆଗାମୀ ଦିନରେ ଏହି ଡକାୟତି, ଲୁଟ ତ ରାଜ, ରାହାଜାନି ଘଟଣା ରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଧାମରା ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରାଯିବ ବୋଲି ଥାନାଧିକାରୀ ଶୋଭନ ସ୍ୱାଇଁ ମତପ୍ରକାଶ କରିଛନ୍ତି। ଗିରଫ ହୋଇଥିବା ୩ଜଣ ଯୁବକଙ୍କ ପାଖରୁ ଗୋଟିଏ ଚୋରା ମୋଟର ସାଇକେଲ, ୨ଟି ଅଫୁଟା ଖୋକା ଏବଂ ଏକ ହାତ ତିଆରି ପିସ୍ତଲ ମଧ୍ୟ ଜବତ ହୋଇଛି।