କବି ଅଖିଳ ନାୟକଙ୍କ ଚତୁର୍ଥ ସ୍ମୃତି ଶ୍ରଦ୍ଧାଞ୍ଜଳି;ଶୋଷିତ ବର୍ଗ ବିଦ୍ରୋହର ସ୍ବର ଥିଲେ ଅଖିଳ ।

0 205

ଧର୍ମଗଡ଼,୧୫/୧୧:ଅଖିଳଙ୍କ କବିତାର ମୂଳ ମନ୍ତ୍ର ଥିଲା ସାମାଜିକ ଅସାମାନତା, ଶୋଷଣ ଅତ୍ୟାଚାର ବିରୁଦ୍ଧରେ । ସେ ଥିଲେ ଏକ ପ୍ରତିବାଦର ସ୍ବର। ତାଙ୍କ ରଚିତ କବିତା ନିଶ୍ଚୟ କାଳଜୟୀ ଏବଂ ଆଗାମୀ ପିଢ଼ିର ଲେଖକଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ବେହେରା ଠାରେ ଆୟୋଜିତ ଚତୁର୍ଥ ଅଖିଳ ସ୍ମୃତି ସମାରୋହରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ନିଶାନ ପତ୍ରିକା ସମ୍ପାଦକ ଲେଲିନ୍,ୠତୁରାଜ ମାଝୀ, ଜୟଶ୍ରୀ ସାହୁ,କବି ଚନ୍ଦନ ନାଗ, ଅର୍ଜୁନ ଗୋପାଳ,ଅଲେଖ ଗୋପାଳ ପ୍ରମୁଖ ଯୋଗଦେଇ ଦେଇ ସ୍ଵର୍ଗତ କବିଙ୍କ “ଭେଦ”,”କ୍ଷେତପୂରାଣ” ଆଦି ଉପନ୍ୟାସ ସମ୍ପର୍କରେ ଆଲୋଚନା କରିଥିଲେ। କବିଙ୍କ ଜନ୍ମମାଟି ରଇନଗୁଡ଼ାସ୍ଥ ସମାଧିପୀଠରେ ଅତିଥି, ଅଖିଳପ୍ରେମୀ ପୁଷ୍ପମାଲ୍ଯ ଓ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇବାପରେ ବେହେରା ବିଜୁ କଲ୍ୟାଣ ମଣ୍ଡପ ଠାରେ ଆନୁଷ୍ଠାନିକ ଭାବେ ସଭା ଆୟୋଜିତ ହୋଇଥିଲା। ମହାପୁରୁଷ ବୁଦ୍ଧ, ଆମ୍ବେଦକର ଏବଂ ସ୍ଵର୍ଗତ କବିଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ଯାର୍ପଣ ପରେ ହେମା,ମଧୁ,କୋୟଲ,ପ୍ରିୟଙ୍କା ସ୍ବାଗତ ସଂଗୀତ ଗାନ କରିଥିଲେ । ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଓଏଏସ ପାଇଥିବା ଶୀବାନୀ ନାଏକଙ୍କୁ ଅଖିଳ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯିବା ସହ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ କବି ହେମନ୍ତ ଦଳପତି,କଲେଜ ଅଧ୍ୟକ୍ଷ ନିର୍ମଳ ନାଏକ,ରଚନା,ମହେନ୍ଦ୍ର,ତ୍ରିବିକ୍ରମ, ତୁଷାର,ସଭ୍ଯ ଶଙ୍କର ଜୁଏଡ, ବେହେରା ସରପଞ୍ଚ କୁମୁଦିନୀ ଗଏଁତା, ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ, ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ,ବେହେରା ସମିତିସଭ୍ଯ କିଶୋର ନାଗ, ନାରୀନେତ୍ରୀ ରମଣୀ ଦୁରିଆ, ଚନ୍ଦ୍ରଶେଖର ନାଏକ,ରତ୍ନାକର ବେମାଲ, ଧବଳେଶ୍ଵର ନାଗ ପ୍ରମୁଖ ଯୋଗଦେଇଥିଲେ । ଅଖିଳ ସାମାଜିକ, ସାଂସ୍କୃତିକ ଟ୍ରଷ୍ଟ ସଭାପତି ଡମ୍ବରୁଧର ନାୟଙ୍କ ସଭାପତିତ୍ବ କରିଥିଲେ । ଦିଗାମ୍ଵାର ଦୂରିଆ ପରିଚାଳନା କରିଥିବାବେଳେ ଅଧ୍ଯାପକ ପଞ୍ଚାନନ ଦୁରିଆ ଧନ୍ଯବାଦ ଅର୍ପଣ କରିଥିଲେ। ନାଏକ ଫିଲ୍ମ ପ୍ରଡକ୍ସନର କଳାକାରମାନେ ଆମ୍ବେଦକରଙ୍କ ଉପରେ ରଚିତ ସଂଗୀତରେ ନୃତ୍ଯ ପରିବେଷଣ କରିଥିଲେ।

Leave A Reply

Your email address will not be published.