ଗ୍ରାମୀଣ କଳା-ସଂସ୍କୃତି ପ୍ରାଦେଶିକ ସଂସ୍କୃତିକୁ ପରିପୁଷ୍ଟ କରେ : ସୀମାନ୍ତ ନାଟରାଜ ।

0 196

ବ୍ରହ୍ମପୁର,୧୪/୧୧(ପିପିଟି):କାଳ ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର ସଭାପତି ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ କୋଳଥିଆ ଗ୍ରାମସ୍ଥ ଗ୍ରାମଦେବତୀ ମନ୍ଦିର ବେଢାରେ ଶ୍ରୀଶ୍ରୀ ମା’ ଗ୍ରାମଦେବତୀ ଯୁବ ନାଟ୍ୟ ସଙ୍ଘର ବାର୍ଷିକୋତ୍ସବକୁ ଉଦଘାଟନ କରିବା ସହ ଗ୍ରାମୀଣ କଳା-ସଂସ୍କୃତି ପ୍ରାଦେଶିକ ସଂସ୍କୃତିକୁ ପରିପୁଷ୍ଟ କରିଥାଏ ବୋଲି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଯୋଗଦେଇ ମହାସଂଘ ତରଫରୁ ଗ୍ରାମୀଣ ନାଟ୍ୟ କଳାକାରମାନଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ ସହ ସମ୍ବର୍ଦ୍ଧିତ କରି କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନେ ନିଜ ବୃତ୍ତିରେ ସଦାନନ୍ଦ ଅନୁଭବ କରିବା ଉଚିତ ବୋଲି ସ୍ଵମତ ଉପସ୍ଥାପନ କରିଥିଲେ । ନାଟ୍ୟ ଦଳ ପରିଚାଳକ ରାମନାଥ ପ୍ରଧାନ ଏବଂ ଅଧିକାରୀ ବୁଲୁ ପ୍ରଧାନଙ୍କ ମିଳିତ ସଂଯୋଜନା କ୍ରମେ ଆୟୋଜିତ ଉତ୍ସବରେ ସ୍ୱର ସୌରଭ ସଞ୍ଜୟ କୁମାର ବିଷୋୟୀ, ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ସ୍ଥାନୀୟ ପ୍ରାକ୍ତନ ସମିତି ସଭ୍ୟ ସନ୍ତୋଷ ପ୍ରଧାନ, ମଞ୍ଚ ଅଭିନେତା ଶିବ ଶଙ୍କର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କୋଳଥିଆ ଗ୍ରାମର ନାଟ୍ୟ ପରମ୍ପରା ସମ୍ପର୍କରେ ସିଂହାବଲୋକନ କରିଥିଲେ। ପରେ ପରେ ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ,ଗୁରୁ ମୋହନ ପାତ୍ର,ଗୁରୁ ଗଜେନ୍ଦ୍ର ସ୍ୱାଇଁ,ଗୁରୁ ସିମାଞ୍ଚଳ ବାଡ଼ତ୍ୟା,କଣ୍ଠଶିଳ୍ପୀ ଅରବିନ୍ଦ ପ୍ରଧାନଙ୍କ ସହ ସ୍ଥାନୀୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ପି. ଶଙ୍କର ଏବଂ ସାଥୀ ଯନ୍ତ୍ରସଂଗୀତ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ନାଟ୍ୟ ସଙ୍ଘ ସଦସ୍ୟମାନେ ସହଯୋଗ କରିଥିବା ବେଳେ ପରିଶେଷରେ ନାଟ୍ୟ ସଙ୍ଘ ସଦସ୍ୟ ସନ୍ତୋଷ ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.