୧୯୮ଜଣ ଛାତ୍ର ଛାତ୍ରୀ ଦେଲେ ନବମ ଶ୍ରେଣୀ ଏନ ଆରଟିଏସ୍ ପରୀକ୍ଷା।

0 301

ବୋଲଗଡ଼,୦୫/୧୧ (ପିପିଟି): ସ୍ଥାନୀୟ ବାମନ ହାଇସ୍କୁଲ କେନ୍ଦ୍ର ରେ ଆଜି ନବମଶ୍ରେଣୀ ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୧୯୮ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ଉକ୍ତ ପରୀକ୍ଷା କେନ୍ଦ୍ରରେ ପରିଚାଳକ ପିତବାସ ଲେଙ୍କା, ସହପରିଚାଳିକା ରଞ୍ଜିତା କୁମାରୀ ସାହୁ ଏବଂ ନିରକ୍ଷକ ସୂର୍ଯ୍ୟ କାନ୍ତ ପ୍ରଧାନ, ଯଜ୍ଞବାଲ୍କ୍ୟ ଶର୍ମା, ଅଭିମନ୍ୟୁ ପଲାଇ, ଦିପ୍ତିମୟୀ ପରିଡ଼ା, ରାନୁମା ପ୍ରଧାନ, ରିତାନ୍ଜଳୀ ସାହୁ, ସ୍ଵାଗତିକା ମୁର୍ମୁ, ଟୁନା ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଥିଲେ। ଉକ୍ତ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.