ନୂତନ ରେଳ ଗଳା ପୋଲର ଗାର୍ଡୱାଲ ଭାଙ୍ଗି ଖସିଲା ।

0 301

ସିମୁଳିଆ,୦୫/୧୧:ରେଳ ଗଳା ପୋଲ କାର୍ଯ୍ୟ ସରିବା ପରେ ଗାର୍ଡୱାଲ ଭାଙ୍ଗି ଧସିଲା । ସୂଚନାରୁ ପ୍ରକାଶ ଦକ୍ଷିଣ ପୂର୍ବ ରେଳ ପଥର ନୂତନ କରି ତୃତୀୟ ରେଳ ଧାରଣା କାର୍ଯ୍ୟ ଚାଲୁ ରହିଛି । କାର୍ଯ୍ୟ ଚାଲିଥିବା ବେଳେ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ ବାଉରିପଦା ପଞ୍ଚାୟତର କୁରୁକୁରିଆ ନିକଟରେ ଥିବା ଗଳା ପୋଲର ପାର୍ଶ୍ବରେ ଆଉ ଏକ ଗଳା ପୋଲ କାର୍ଯ୍ୟ ସମାପ୍ତ ହୋଇଛି । ମାତ୍ର ପୋଲଟି କାର୍ଯ୍ୟ ସରୁସରୁ ନିମ୍ନମାନର କାମ ହେତୁ ଦକ୍ଷିଣ ପାର୍ଶ୍ୱ ଗାର୍ଡୱାଲଟି ସମ୍ପୂର୍ଣ୍ଣ ଭାଙ୍ଗି ଧସି ଯାଇଛି । ଏହି ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଯିବା ଆସିବା କରୁଥିବାରୁ ସେମାନଙ୍କ ପାଇଁ ବିପଦ ଟାଣି ଆଣିଛି । ତେବେ ଏହି ପୋଲ ଉପରେ ମାଲବାହୀ ଟ୍ରେନ ଯାତାୟତ କଲେ ଅବସ୍ଥା କଣ ହେବ ଏଥିରୁ ଅନୁମେୟ କରି ହେଉଛି । କେଉଁ ମୁହୂର୍ତ୍ତରେ ପୋଲଟି ଭାଙ୍ଗି ପଡିବ ତାହା କହି ହେବ ନାହିଁ । ଏହି ଗଳା ପୋଲ ଦେଇ ବାଂଗୁରୁପଦାରୁ ଧାମରା ପର୍ଯ୍ୟନ୍ତ ରାସ୍ତାଟି ଯାଇଥିବାରୁ ବହୁ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟଟିକୁ ତଦାରଖ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.