ବିଧାୟକଙ୍କ ସମୀକ୍ଷା ସତ୍ତ୍ବେ ବିକାଶମୂଳକ କାର୍ଯ୍ୟ ଶୂନ; ବିରୋଧୀ ଓ ଶାସକ ଛକାପଞ୍ଝା ରେ ଚାଲିଛି ବ୍ଲକ କାର୍ଯ୍ୟାଳୟ ।

0 254

କୁଆଁପାଳ,୦୫/୧୧: ସାଧାରଣ ନିର୍ବାଚନ ପରେ ରାଜ୍ୟର ବିକାଶ ଧାରାକୁ ତ୍ୱରାନ୍ୱିତ କରିବାକୁ ମୋହନ ସରକାର ସଂକ‌ଳ୍ପ ନେଇଥିବା ବେଳେ ମାହାଙ୍ଗା ବ୍ଲକରେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି । ସରକାର ଗଠନର ୫ ମାସ ପରେ ବି ଉନ୍ନୟନମୂଳକ କାର୍ଯ୍ୟ ପାଦେ ଆଗେଲ ପାରିନାହିଁ । ବ୍ଲକ କର୍ମଚାରୀମାନେ କୌଣସି କାର୍ଯ୍ଯ ନକରି ରାଜକୋଷରୁ ବରମା ନେଇ କାର୍ଯ୍ୟାଳୟରେ ବସି ବସି ମସଗୁଲ ଘରକୁ ଫେରୁଛନ୍ତି । ମାହାଙ୍ଗରେ ସାଧୀନ ବିଧାୟକ ନିର୍ବାଚିତ ହେବା ପରେ ତାଙ୍କ ବିନା ନିର୍ଦ୍ଦେଶରେ କୌଣସି ନାର୍ଯ୍ୟ ହେଉନଥିବା ସାଧାରଣରେ ଆଲୋଚନା ହେଉଛି । ବିଧାୟକଙ୍କ ଅଜ୍ଞାଧୀନ ଅଧିକାରୀ ଭାବେ କାର୍ଯ୍ୟକରୁଛନ୍ତି ମାହାଙ୍ଗା ବିଡ଼ିଓ, ମାହାଙ୍ଗା ପଞ୍ଚାୟତ ସମିତି ବିଜେଡ଼ି ହାତରେ ଥିବାରୁ ଆକ୍ରୋଶମୂଳକ ଭାବେ ସମସ୍ତ ଯୋଜନା ଏକ ପ୍ରକାର ସ୍ଥାଣୁ ହୋଇଯାଇଛି। ଗୋଟେ ପଟରେ ବ୍ଲକରେ ପୂର୍ବରୁ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅର୍ଥ ବ୍ଲକ ପ୍ରଶାସନ ପ୍ରଦାନ କରୁନଥିବାରୁ ଏହାକୁ ନେଇ ବିଧାୟକ ଓ ପଞ୍ଚାଯତ ସମିତି ମଧ୍ୟରେ ଟଣାଓଟରା ଲାଗିରହିଛି । ଫଳରେ ସମସ୍ତ ୩୭ଟି ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ଠପ ହୋଇଯାଇଛି । ନିର୍ବାଚନ ଆଚରଣବିଧି ଦିନ ଠାରୁ ମାଟି ଛୋଟାଏ ବି ଉଠିନାହିଁ,ବିଧାୟକଙ୍କ ପକ୍ଷରୁ ବାରମ୍ବାର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲେ ବି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନାହିଁ । ବିଭାଗୀୟ ଯନ୍ତ୍ରୀ ଅଧିକାରୀମାନେ କେବଳ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ତଦାରଖ କରୁଥିଲେ ମଧ୍ୟ କାହାରିକୁ ବିଲ ଅର୍ଥ ପ୍ରଦାନ କରାଯାଉନାହିଁ। ବିନା ବିଧାୟକଙ୍କ ଜ୍ଞାନ୍ତସରରେ କାହାକୁ ବିଲ ନ ଦିଆଯିବାକୁ ଭିତିରି ନିର୍ଦ୍ଦେଶ ରହିଥିବା ଶୁଣିବାକୁ ମିଳୁଛି। ଯାହାକୁ ନେଇ ବ୍ଲକରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ପୂର୍ବ କାର୍ଯ୍ୟର ଅର୍ଥ ବ୍ଲକ ପ୍ରଶାସନ ପ୍ରଦାନ ନ କରିବା ଯାଏ ନୂତନକାର୍ଯ୍ୟ କରା‌ଯିବ ନାହିଁ ବୋଲି ପଞ୍ଚାୟତ ସ୍ତରୀୟ ଜଳ ପ୍ରତିନିଧୁମାନେ ରୋକଠୋଳ ଶୁଣାଇ ଦେଇଥୁବା ଶୁଣିବାକୁ ମିଳୁଛି । ବ୍ଲକରେ ଏଭଳି ଅଚଳାବସ୍ଥା ଯୋଗୁଁ ମୋହନ ସରକାର ବଦନାମ ହେଉଥିବା ଚର୍ଚ୍ଚା ଜୋର ଧରିଛି । ବିକାଶମୂଳକ କାର୍ଯ୍ୟ ବନ୍ଦ ରହିବାରୁ ବିଧାୟନ ଓ ପଞ୍ଚାୟତ ସମିତି ମଧ୍ୟରେ ବିବାଦ ଧୀରରେ ଧୀରେ ଉଗ୍ର ହେଉଛି,ଯାହାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିଲାଣି। ସସଧାରଣ ଲୋକଟିଏ ବ୍ଲକକୁ କୌଣସି ଲର୍ଯ୍ୟରେ ଆସିଲେ ଦଳୀୟ ଭିତ୍ତିରେ କାର୍ଯ୍ୟ କରିବା ନୀତି ଯୋଗୁଁ ନିରାଶ ହୋଇ ଫେରିବାକୁ ପଢୁଛି । ବିଡ଼ିଓ ପଞ୍ଚାୟତ ପ୍ରତିନିଧ ଓ ବିଧାୟକଙ୍କ ସହିତ ବାରମ୍ବାର ଯୋଗସୂତ୍ର ସ୍ଥାପନ କରିଥିଲେ ବି କୌଣସି ସୁଫଳ ମିଳୁନଥିବା ଜଣାଯାଇଛି । ଯଦି ଏହିଭଳି ବିକାଶମୂଳକ କାର୍ଯ୍ୟ ବନ୍ଦ ରୁହେ ତେବେ ସରକାରଙ୍କ ଅନୁଦାନ ଅର୍ଥ ଖର୍ଚ ହୋଇନପାରି ଫେରିଯିବ ବୋଲି ଆଲୋଚନା ହେଉଛି । ବ୍ଲକରେ ହଜାର ହଜାର ଜବ କାର୍ଡ ଧାରି ଶ୍ରମିକ କାମ ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଛନ୍ତି,କିପରି ପୂର୍ବପରି ମାହାଙ୍ଗରେ ବିକାଶମୂଳକ କାର୍ଯ୍ୟ ଜାରି ରହିବ ସେନେଇ ତୁରନ୍ତ ମୁଖ୍ୟମନ୍ତ୍ରୀ, ପଞ୍ଚାଯତ ରାଜ ମନ୍ତ୍ରୀ,ବିଭାଗାୟ ସଟିବ ଓ କଟକ ଜିଲାପାଳ ଦୃଷ୍ଟି ଦେବାକୁ ମାହାଙ୍ଗୀବାସୀ ବାବି କରିଛନ୍ତି ।

Leave A Reply

Your email address will not be published.