ସଙ୍ଘ ଦୁର୍ନୀତି ବିରୋଧରେ ଅଭିଯୋଗ ଆଣି କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା ।

0 310

ସିମୁଳିଆ,୩୦/୧୦: ଆଜି କିଛି ସ୍ୱୟଂସହାୟିକା ମହିଳା ମାନେ ପଞ୍ଚାୟତ ସ୍ତରୀୟ ସଂଘରେ ଦୁର୍ନୀତି ହୋଇଥିବା ନେଇ ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା ପକାଇଲେ ସ୍ୱୟଂସହାୟିକା ମହିଳା । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସଂଘରର ଇସି ସଭ୍ୟା ମିନର୍ଭା ମହାନ୍ତି ଭିଆର୍ପି ଓ ଅନିତା ମହାନ୍ତି ସିଏଲଫର ସଭାପତି ଥାଇ ମୁଖ୍ୟମନ୍ତ୍ରୀ ବସର କଣ୍ଡକ୍ଟର ଭାବରେ ଦୁଇଟି ପଦବୀରେ କାର୍ଯ୍ୟ କରୁଛନ୍ତି । ଦୁଇଟି ପଦଵୀ ଦାୟିତ୍ବରେ ରହିବା ହେତୁ କାର୍ଯ୍ୟ ଠିକ ଭାବେ ତୁଲାଇ ପାରୁ ନ ଥିବାରୁ ସଙ୍ଘର ମହିଳା ମାନେ ସଙ୍ଘର ଋଣ ଠିକ ସମୟରେ ପାଇ ପାରୁ ନ ଥିବାରୁ ଏବଂ ସଂଘର ଦୁର୍ନୀତି ନେଇ ସିମୁଳିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଆଜି ତାର ପ୍ରତିବାଦରେ କିଛି ସ୍ଵଂୟସହାୟିକା ଗୋଷ୍ଠୀର ମହିଳା ମାନେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ମିଶନ ଶକ୍ତି ଗୃହକୁ ତାଲା ପକାଇ ଦେଇଥିଲେ । ଏ ସଂକ୍ରାନ୍ତରେ ମିନର୍ଭା ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ରାଜନୈତିକ ଆକ୍ରୋଶ ରଖି ଅଭିଯୋଗ ଆଣିଥିବା ପ୍ରକାଶ କରିଥିଲେ । ଏ ବାବଦରେ ବିପିଏମ ଅନୁରାଧା ରାୟଙ୍କୁ ପଚାରିବାରୁ ଅଭିଯୋଗ ପାଇଥିବା ପ୍ରକାଶ କରିଥିଲେ । ବାତ୍ୟା ପାଇଁ ବିଳମ୍ବ ହୋଇଛି,ଏ ଘଟଣାର ତୁରନ୍ତ ସମାଧାନ କରିବେ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.