ବାତ୍ୟା ହେଉ ଅବା ବନ୍ୟା ମୁଁ ସବୁବେଳେ ଧର୍ମଶାଳା ବାସୀଙ୍କ ସହ ଅଛି ଆଉ ରହିବି – ପ୍ରଣବ ।

0 280

ଯାଜପୁର,୨୪/୧୦(ପିପିଟି):ବାତ୍ୟା ହେଉ ଅବା ବନ୍ୟା ମୁଁ ସବୁବେଳେ ଧର୍ମଶାଳା ବାସୀଙ୍କ ସହ ଅଛି ଆଉ ରହିଥିବି। ନିର୍ବାଚନ ରେ ହାରାଜିତ ଲାଗି ରହିଛି। ସେଥିପାଇଁ ମୁଁ ବ୍ୟତିବ୍ୟସ୍ତ ହୋଇ ନାହିଁ। ଧର୍ମଶାଳା ବାସୀ ମୋ ପରିବାର,ସେମାନଙ୍କ ପାଇଁ ମୁଁ ସବୁ କିଛି କରିପାରିବି। ପଦବୀରେ ଥାଇ ସେବା କରୁଥିଲି ଆଉ ଏବେ ମଧ୍ୟ କରୁଛି।ଏମିତି କିଛି କଥା କହିଛନ୍ତି ଧର୍ମଶାଳାର ପୁର୍ବତନ ବିଧାୟକ ପ୍ରଣବ ବଳ ବନ୍ତ ରାୟ।

ବଙ୍ଗୋପସାଗର ରେ ହୋଇଥିବା ଲଘୁଚାପ ବାତ୍ୟା ର ଦାନା ରୂପ ନେଇ ଓଡିଶା ମୁହାଁଇ ଥିବା ବେଳେ ଏନେଇ ରାଜ୍ୟ ସରକାର ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ବେଶ ତତ୍ପର ହୋଇ କାର୍ଯ୍ୟ କରୁଛନ୍ତି। ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଲୋକଙ୍କୁ ସ୍ଥାନା ନ୍ତ୍ରରିତ କରାଯାଉଥିବା ବେଳେ କିଛି ସ୍ବେଛାସେବୀ ଟ୍ରଷ୍ଟ ମଧ୍ୟ ସାହାଯ୍ୟ କରିବା ଦିଗରେ ଆଗେଇ ଆସିଛନ୍ତି।ସେହିଭଳି ଧର୍ମଶାଳାର ପୁର୍ବତନ ବିଧାୟକ ପ୍ରଣବ ବଳ ବନ୍ତ୍ର ରାୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପହଂଚି ଲୋକଙ୍କ ସମଷ୍ୟା ବୁଝିବା ସହ ଛାତ୍ର ଏବଂ ଯୁବ ଗୋଷ୍ଠୀଙ୍କୁ ବାତ୍ୟା ଦାନା ର ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି। କିପରି ଲୋକେ ସୁବିଧାରେ ରହିବେ ଏବଂ ବାତ୍ୟା ଆଶ୍ରାୟ ସ୍ଥଳରେ ପହଞ୍ଚିବେ ଏନେଇ ପୁର୍ବତନ ବିଧାୟକ ତଦାରଖ କରିବା ସହ କିଛିବି ଅସୁବିଧାର ସଂମ୍ମୁଖୀନ ହେଲେ ତୁରନ୍ତ ଯୋଗାଯୋଗ କରିବାକୁ ଗାଁ ଗାଁରେ ପହଁଚି ମତ ଵ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.