ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଫସଲ ନଷ୍ଟ ଆଶଙ୍କାରେ ଚାଷୀକୁଳ ।

0 61

ବୋଲଗଡ଼,୨୨/୧୦(ପିପିଟି): ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଫସଲ ନଷ୍ଟ ଆଶଙ୍କାରେ ଚାଷୀକୁଳ। ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ବାତ୍ୟା ରେ ପରିଣତ ହୋଇ ତାଣ୍ଡବ ରଚିବାକୁ ଯାଉଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଫସଲ ହାନି ନେଇ ଚିନ୍ତା ରେ ପଡିଛି ଚାଷୀ। କାରଣ ଧାନ ଫସଲ ଚଳିତ ବର୍ଷ ଭଲହୋଇଥିବା ବେଳେ ଅଧିକାଂଶ ଧାନ ଗଛ ଧାନକେଣ୍ଡା ବାହାରୁଛି ଏବଂ କିଛି ମଧ୍ୟ ବାହାରିବାକୁ ଯାଉଛି। ଏହିପରି ପରିସ୍ଥିତି ରେ ଜଦି ମେଘ ପବନ ହୁଏ ତେବେ ଧାନ ଗଛ ସବୁ ପଡିଯିବ ଏବଂ ଏହା ଫଳରେ ଫସଲ ନଷ୍ଟ ହେବା ନିଶ୍ଚିତ ବୋଲି ବୋଲଗଡ଼ ଅଞ୍ଚଳର ଚାଷୀ ମାନେ ଦୁଃଖର ସହିତ ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବୋଲଗଡ଼ ବ୍ଲକ ଅଞ୍ଚଳ ରେ ବହୁ ତଳିଆ ଅଞ୍ଚଳ ଏକ ପ୍ରକାର ଜଳବନ୍ଦୀ ଅବସ୍ଥା କୁ ଆସିଯିବ।

ଏହି ଭାବନାକୁ ନେଇ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କେବଳ ସେତିକି ନୁହେଁ ବାଡିବଗିଚା, ରାସ୍ତାଘାଟ ସବୁକିଛି ଅସ୍ୱାଭାବିକ ଅବସ୍ଥାକୁ ଆସିଯିବ। ପ୍ରତିବର୍ଷ ଲଗାଣବର୍ଷାରେ ବାଳସିଂହ,ହଳଦିପଦା,ସହଜପୁର,ସାଗରଗୁଆଁ ଭଳି କେତେକ ଅଞ୍ଚଳରେ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ସମ୍ଭାବ୍ୟ ବାତ୍ୟା ଖବର ସେମାନଙ୍କୁ ଆତଙ୍କିତ କରିଥିବା ଜଣାପଡ଼ିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.