କଳାକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅବସରରେ ବହୁଭାସି କବିତା ଆସର ।
ସୁବର୍ଣ୍ଣପୁର ,୧୮/୧୦(ପିପିଟି):ସ୍ବର୍ଗତ କଳାକାହ୍ନୁ ମିଶ୍ର ସ୍ମୃତି ସଂସଦ ଏଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ,ଖଣ୍ଡହତା ର ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ କବିତା ପାଠ କବି ଡ.ଆର୍ତ୍ତତ୍ରାଣ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ସମାରୋହରେ ଜୟନ୍ତୀ ଜେନା ମୁଖ୍ୟ ଅତିଥି ଭାବରେ ମଞ୍ଚାସୀନ ଥିଲେ । ସାହିତ୍ୟ ଓ ସଂସ୍କୃତିର ଅଭ୍ୟୁତ୍ଥାନ ପାଇଁ ଯୁବ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରି ଦିଗ୍ଦର୍ଶନାଭିମୁଖୀ ସାହିତ୍ୟ ସଂରଚନା ଏକାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଟ୍ରଷ୍ଟ୍ର ଅଧ୍ୟକ୍ଷ ରାଧେଶ୍ୟାମ ମିଶ୍ର ଅନୁଷ୍ଠାନର ବିବରଣୀ ପଠନ କରିବ ସହିତ ସମସ୍ତଙ୍କୁ ସ୍ବାଗତ କରିଥିବାବେଳେ ସଭାମଂଚକୁ ସଂଯୋଜନା କରିଥିଲେ ବରିଷ୍ଟ କବି ଡ.ଦ୍ବିତୀକୃଷ୍ଣ ପଣ୍ଡା ।ଏହି ଅବସରରେ କବୟିତ୍ରୀ ଈଶ୍ବରୀ ବେହେରାଙ୍କ କବିତା ସଙ୍କଳନ ‘ଅମୃତା’ର ଶୁଭ ଲୋକାର୍ପଣ କରା ଯାଇଥିଲା।ପରେ ପରେ ରାଜ୍ୟ ସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଥିଲା। କବିତା ଗୁଡ଼ିକ କାବ୍ୟିକ ଶୈଳୀରେ ସଂଯୋଜନା କରିଥିଲେ କବି ଅଦ୍ଵୈତ କୁମାର ପଣ୍ଡା, ଦେବଯାନୀ ମେସୁଆ,ଲକ୍ଷ୍ମୀ ନାରାୟଣ ସାହୁ,ରଂଜିତା ପଣ୍ଡା । ଏଥିରେ ଡ.ଅନିରୁଦ୍ଧ କୁରୁକୁରିଆ,ଜଳଦେବ ବେରିହା,ଯଜ୍ଞେଶ୍ବର ବିଶି, ପ୍ରାଣବନ୍ଧୁ ସାହୁ,ବାବୁଲାଲ୍ ମନ୍ତ୍ରା,କମ୍ଭୁଧର ସୁନା,ଡ.ଦ୍ବିତୀକୃଷ୍ଣ ପଣ୍ଡା,ଶୁଭେନ୍ଦୁ ମେହେର, ସୁବ୍ରତ କୁମାର ପଣ୍ଡା, ପ୍ରହଲ୍ଲାଦ ନାଏକ,ଆଦିକାନ୍ତ ପଣ୍ଡା,ଡ.ପ୍ରଫୁଲ୍ଲ ସାହୁ, କରୁଣାକର ଘଣ୍ଟୁଆଳ,ପର୍ତି ବୁଡେକ୍,ଅକ୍ଷୟ ରାଏ,ତନ୍ମୟବାଳା ମିଶ୍ର,ସନ୍ତୋଷିନୀ ନାୟକ,ଗଜୀନ୍ଦ୍ର ସେଠୀ,ଶୃତିଶିଖା ଖେତି,ବାସନ୍ତୀ ବଡମାଳି,ପ୍ରମୋଦ କୁମାର ପଣ୍ଡା, ନିରଞ୍ଜନ ପଣ୍ଡା,ତନ୍ମୟୀ ଅଗସ୍ତି, ଗଜାନନ ସାଥୁଆ,ଚମ୍ପେଶ୍ବର ଦାନୀ,ଡ.ସୁଦାମ୍ ନାଏକ, ରଞ୍ଜନ୍ କୁମାର ସା,ଅଖୋଜ କୁମାର ଷାଣ୍ଢ, ସୁଶାନ୍ତ ଭୋଇ, ରାଧେଶ୍ୟାମ ପାଣ୍ଡେ, ଶୁଭ୍ରାଂଶୁ ଶେଖର ପାଢୀ, ଶ୍ରଦ୍ଧାଞ୍ଜଳି ପଣ୍ଡା,ଦୀପାନ୍ବିତା ମାହାଣା, ବଳଦେବ ବଢେଇ ପ୍ରମୁଖ ସ୍ବରଚିତ କବିତା ଆବୃତ୍ତି କରିଥିଲେ । କବିତା ଆବୃତ୍ତି କରିଥିବା ସମସ୍ତ କବି କବୟିତ୍ରୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ କବି ଡ.ରାଧେଶ୍ୟାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ