ନିଶ୍ଚିତ ମୃତ୍ୟୁ ମୁଖ ରୁ ବର୍ତ୍ତିଲେ ଲେ ଛାତ୍ରୀ ଓ ଶିକ୍ଷକ ।

0 336

ବୋଲଗଡ଼,୩୦/୦୯(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମ ପଞ୍ଚାୟତ ଅଧୀନ ଧଳାପଥର କଳା ପଥର ବାଳିକା ଉଚ୍ଚ ବିଦ୍ୟାଳୟ ରେ ଏକ ଅଘଟଣ ଘଟିଯାଇଛି। ସୂଚନା ଥାଉକି ଦିନ ଦଶଟା ତିରିଶି ମିନିଟ୍ ସମୟରେ ଶିକ୍ଷକ ମଧୁସୂଦନ ମହାପାତ୍ର ଦଶମ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ସମୟରେ ହଠାତ୍ ବିରାଟ ଶବ୍ଦ ହେବା ଫଳରେ କେହି କିଛି ବୁଝିବା ପୂର୍ବରୁ ପିଲା ମାନେ ଶ୍ରେଣୀ କକ୍ଷରୁ ଚିତ୍କାର କରି ବାହାରକୁ ଧାଇଁ ଆସିଲେ। ଛାତରୁ ସିମେଣ୍ଟ ଖଣ୍ଡ ପଡ଼ିବା ଫଳରେ ଶିକ୍ଷକ ଓ ଛାତ୍ରୀ ମାନେ ଆହତ ହୋଇଥିଲେ। ଶିକ୍ଷକ ମଧୁ ସୁଦନ ମହାପାତ୍ର ଓ ଛାତ୍ରୀ ପ୍ରିୟଙ୍କା ସାହୁ ଓ ତାଙ୍କ ସହିତ କିଛି ଜଣ ଛାତ୍ରୀ ଆହାତ ହୋଇ ଥିଲେ।ଅଧିକ ଆହାତ ଥିବା ପ୍ରିୟଙ୍କା ସ୍ଥାନୀୟ ମେଡିକାଲ ରେ ଚିକିତ୍ସା କରା ଯାଇଛି। ବର୍ତମାନ ସେହି ଶ୍ରେଣୀଗୃହରେ ଛାତ୍ରୀମାନେ ପାଠ ପଢିବାକୁ ଅସୁରକ୍ଷିତ ମଣୁଛନ୍ତି। ଦେଢ଼ ବର୍ଷ ତଳେ ଫାଇଭ ଟି ଯୋଜନାରେ ପଚାଶ ଲଖ୍ୟରୁ ଉର୍ଦ୍ଧ ଟଙ୍କା ବ୍ୟୟ ରେ ଏହି ସ୍କୁଲର ରୁପାନ୍ତରିକରଣ କରା ଯାଇଥିଲା,ମାତ୍ର ଠିକାଦାର ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରିଥିବାରୁ ଏପରି ଅଘଟଣ ଘଟିଲା।ସିମେଣ୍ଟ କାନ୍ଥରେ ରଙ୍ଗବୋଳି ଟଙ୍କା ଚଳୁ କରିଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।ତୁରନ୍ତ ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେବା ସହିତ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.