ସିମୁଳିଆ,୨୩/୦୯:ଜିଲ୍ଲା କୃଷକ ସଂଘ ପକ୍ଷରୁ ସିମୁଳିଆ ବ୍ଲକ ସମ୍ମୁଖରେ ବିଦ୍ୟୁତ ବିଭାଗର ହିତାଧିକାରୀଙ୍କୁ ସେବା ଯୋଗାଇ ଦେବା ନିୟମ ପାଳନ କରୁ ନ ଥିବାରୁ ଦୁଇ ଘଣ୍ଟିଆ ଧାରଣା ଦେବା ସହ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ। ସୂଚନାରୁ ପ୍ରକାଶ ବିଦ୍ୟୁତ ବିଭାଗର ସମସ୍ତ କାର୍ଯ୍ୟାଳୟରେ ବିଦ୍ୟୁତ ଆଇନର ଉଲ୍ଲଙ୍ଘନ ହେଉଥିବା ନେଇ ଜିଲ୍ଲା କୃଷକ ସଙ୍ଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ୧୨ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ବାର ଦଫା ଦାବି ଗୋଡିକ ମଧ୍ୟରୁ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଅଭିଯୋଗ ଫର୍ମ ସବୁ ସମୟରେ ଯୋଗାଇ ଦେବା, ଉପଭୋକ୍ତା ମାନଙ୍କୁ ସେବାରେ ଅବହେଳା ଯୋଗୁଁ କ୍ଷତିପୂରଣ, ସୌଭାଗ୍ୟ ଓ ଦିନଦୟାଲ ଯୋଜନାରେ ସ୍ବେଚ୍ଛାକୃତ ପ୍ରକାଶନ,କୃଷଜ ମାନଙ୍କ ପାଇଁ ଥିବା ଯୋଜନା ବିଷୟରେ ସୂଚନା, ସୌଭାଗ୍ୟ ଯୋଜନାରେ ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ ନ କରି ସେମାନଙ୍କ ନିକଟରୁ ଜୋର ଜବରଦସ୍ତ ବିଲ ଆଦାୟ କରାଯିବା ନ ହେଲେ ବିଦ୍ୟୁତ ସଂଯୋଗ ଛିନ୍ନ କରାଯାଇ ହଇରାଣ ହରକତ କରିବା, ଟୋଲ ଫ୍ରି ନମ୍ବର ସାର୍ବଜନୀନ କରିବା ଇତ୍ୟାଦି ଯାହାକି ସୂଚନା ଅଧିକାର ଆଇନ ୨୦୦୫ର ୪ ଧାରା ମୁତାବକ ସର୍ବସାଧାରଣରେ ପ୍ରକାଶ କରିବା ବିଦ୍ୟୁତ କମ୍ପାନୀର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଥିବା ବେଳେ ତାହା ପରିଲକ୍ଷିତ ହେଉ ନ ଥିବାରୁ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ଦେବା ସହ ଆଜି ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।