ଜଳବନ୍ଦୀରେ ଚାକିଡି ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ ।

0 223

ବାଙ୍ଗିରିପୋଷି,୧୬/୦୯: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଚାକିଡି ଗ୍ରାମ ପଞ୍ଚାୟତର ବହୁ ଗାଁ ଏବେ ଜଳବନ୍ଦୀ। ଗତ ତିନି ଦିନ ଧରି ଲଗାଣ ବର୍ଷା ଫଳରେ ଫୁଲଝରା ଓ ବାସିଲକଚା ନିକଟରେ ଥିବା ଛୋଟ ପୋଲ ଗୁଡିକ ବନ୍ୟା ପାଣିରେ ବୁଡିଯାଇଛି। ଫଳରେ ଯାତାୟତ ବିଚ୍ଛିନ୍ନ ହୋଇ ଯାଇଛି। ପ୍ରଶାସନର ସହାୟତା ପାଇଁ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମଣ ମୁର୍ମୁ କହିଛନ୍ତି। ସେହିପରି ବୁଢାବଳଙ୍ଗ ନଦୀରେ ବନ୍ୟା ସୃଷ୍ଟି ହେବାରୁ କୁସୁମତୋଟା, ଜାମତଳିଆ ଓ ଖଡିଘାଟି ଗ୍ରାମର ଲୋକମାନେ ସମ୍ପୂର୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛନ୍ତି । ଉକ୍ତ ଗ୍ରାମ ଗୁଡିକୁ ପହଞ୍ଚିବା ପାଇଁ ବୁଢାବଳଙ୍ଗ ନଦୀ ପାର ହେବା ହିଁ ଏକମାତ୍ର ରାସ୍ତା। ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ସ୍କୁଲ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସରପଞ୍ଚ ବିକ୍ରମ ମୁର୍ମୁ ଗ୍ରାମବାସୀଙ୍କୁ ଅପିଲ କରିଛନ୍ତି।

Leave A Reply

Your email address will not be published.