ସୁବର୍ଣ୍ଣପୁର ,୨୯/୦୮(ପିପିଟି):ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ଠାରେ ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ର ଶୁଭାରମ୍ଭ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷଗାର ରେ ୧୪୬ ପ୍ରକାର ନିଦାନ ନିରୂପଣ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ରହିଛି। ପରୀକ୍ଷଗାର ୨୪×୭ ଦିବାରାତ୍ର ଖୋଲା ରହିବା ସହିତ ଉଭୟ ବହିର୍ବିଭାଗ ଓ ଅନ୍ତର୍ବିଭାଗ ରୋଗୀଙ୍କ ପାଇଁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନିଦାନ ନିରୂପଣ କରାଯାଇ ତଥ୍ୟ ପ୍ରଦାନ କରାଯିବ। ଆଗାମୀ ଦିନରେ ଏହି ପରୀକ୍ଷାଗାରକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ଦୁର୍ଗାଦତ୍ତ ଦାସ ପ୍ରକାଶ କରିଛନ୍ତି। ଏହି ପରୀକ୍ଷାଗାର ରେ ସେରୋଲୋଜି/ବାଇଓକେମିଷ୍ଟ/ହେମାଟୋଲୋଜି/ସାଇଟୋଲୋଜି ଲେବ, ବେକଟେରିଓଲୋଜି ଲେବ, ମଇକ୍ରୋବାଇଓଲୋଜି ଲେବ, ଏନ ଟି ଇ ପି ଲେବ, ମୋଲିକୁଲାର ଲେବ ସହିତ ସମସ୍ତ ସୁବିଧା କରାଯାଇଛି। ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଙ୍କ ସହ, ସି ଡି ଏମ ଓ, ଡ଼ା. ଦୁର୍ଗାଦତ୍ତ ଦାସ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ଦୈତ୍ୟ ନାରାୟଣ ପାଢ଼ୀ, ଡି ପି ଏମ ବିଶ୍ୱମ୍ବର ବେହେରା, ହସ୍ପିଟାଲ ମ୍ୟାନେଜର ଶ୍ରୀମତୀ ବି କେ ସାଗରୀକା, ମାଇକ୍ରୋ ବାଇଲୋଜିଷ୍ଟ ବଲ୍ଲରୀ ଦାସ, ପ୍ରୋଗ୍ରାମ ଅଧିକାରୀ ପ୍ରଫେସର ଡ଼ା ଦୀପକ ବର୍ମା, ଏବଂ ସୁଶ୍ରୀ ସନ୍ଧ୍ୟା ରାଣୀ ପ୍ରମୁଖ ଉପସ୍ଥିତ ରହିଥିଲେ l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ