ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ର ରୁ ବାହାରିଲା ନବାନ୍ନ ଭକ୍ଷଣ ର ନିର୍ଦ୍ଧାରିତ ସମୟ ।

0 241

ସୁବର୍ଣ୍ଣପୁର ,୨୭/୦୮(ପିପିଟି):ଆଜି ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟ , କୋଟସମଲେଇ ଓ ଜିଲ୍ଲାର ବରିଷ୍ଟ ପଣ୍ଡିତ ମଣ୍ଡଳୀ ଙ୍କ ଦ୍ଵାରା ପାତାଳୀ ମଣ୍ଡପ ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜ୍ଞା ମାଳ ପ୍ରାପ୍ତ କରି ଆସନ୍ତା ଗଣପର୍ବ ନୂଆଖାଇ (ନବାନ୍ନ) ସକାଶେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ (ଋଷିି ପଞ୍ଚମୀ) , ରବିବାର ତା ୮.୦୯.୨୦୨୪ ପ୍ରଶସ୍ତ ତୁଳା ଲଗ୍ନେ ମୀନ ନବଂଶେ ଦିବା ଘ.୯: ୪୨ମି ଗତେ ୯ଘଂଟା ୫୬ ମିନିଟ ମଧ୍ୟେ ଆଂଶିକ ଅମ୍ବୃତ୍ ସମୟ ରେ ପଶ୍ଚିମ ଓଡ଼ିଶା ର ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ । ଏହି ଲଗ୍ନ କୁ ସର୍ବସମ୍ମୁଖରେ ପ୍ରଭୁ ଙ୍କ ପାଦତଳେ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡା ଙ୍କ ସ୍ମୃତି ଚାରଣ ସହିତ ଶୋକ ସଭା ଅନୁଷ୍ଠିତ କରାଯାଇ ଥିଲା।ସୁବର୍ଣ୍ଣପୁର ଜିଲ୍ଲାର ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି,ପଣ୍ଡିତ ମନୋ ରଂଜନ ପାଢ଼ୀ,ଜ୍ୟୋତିର୍ବିଦ ଯୋଗେନ୍ଦ୍ର ହୋତା,ପଣ୍ଡିତ ଗୌର ଚରଣ ନନ୍ଦ,ଜ୍ୟୋତିର୍ବିଦ ସୋନ୍ତୋଷ କୁମାର ପୂଜାହାରୀ,ଜ୍ୟୋତିର୍ବିଦ ରାମ କୃଷ୍ଣ ପଣ୍ଡା,ପଣ୍ଡିତ ଉପେନ୍ଦ୍ର ଚାନ୍ଦ,ଦେବାର୍ଚ୍ଚନ ଦାଶ,ଚିତ୍ତ ରଂଜନ ପାଢ଼ୀ,ପଣ୍ଡିତ ବଳରାମ ପୁରୋହିତ,ପଣ୍ଡିତ ବଟକୃଷ୍ଣ ଯୋଶୀ,ପୂଜକ ଗୁଣା କାର ପଣ୍ଡା,ଗଡତିଆ ଚମରା ଅମାତ,ଉତ୍ତର କୁମାର୍ ପାତ୍ର,ଜାନକୀ ରାମ ଦେହୁରୀ,ଜଗଦୀଶ କର୍ଣ୍ଣ,ବୀରମିତ୍ର ପଧାନ,ନଳିନୀ କାନ୍ତ ବାଘ,ମିତ୍ରଭାନୁ ମହାକୁର,ଅଭିଷେକ ଦେହୁରୀ,ଟିକୁନ କୁମାର ଦାଶ,ଗୌର ଚରଣ ନନ୍ଦ,ସନ୍ତୋଷ କୁମାର ପୂଜାହାରି,ରାମ କୃଷ୍ଣ ପଣ୍ଡା,ଉପେନ୍ଦ୍ର ଚାନ୍ଦ,ଦେବାର୍ଚ୍ଚନ ଦାଶ,ମୁରଲୀ ଧର ପୂଜାହାରି,ଭଗଵାନ ଷଡ଼ଙ୍ଗୀ,ଚିତ୍ତ ରଂଜନ ପାଢ଼ୀ,ଶରତ କୁମାର ଚାନ୍ଦ,ପୂଜକ ଗୁଣା କାର ପଣ୍ଡା,ଚନ୍ଦନ ପାଢ଼ୀ,ଉତ୍ତର କୁମାର୍ ପାତ୍ର,ଜାନକୀ ରାମ ଦେହୁରୀ,ନଳିନୀ କାନ୍ତ ବାଘ,ଟିକୁନ କୁମାର ଦାଶ,ଜଗନ୍ନାଥ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷ ରେ ପାତାଳୀ ଶ୍ରୀକ୍ଷେତ୍ର ର ଟ୍ରଷ୍ଟି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଉପସ୍ଥିତ ପଣ୍ଡିତ ମଣ୍ଡଳୀ ଓ ଜଣ ସାଧାରଣ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.