କୋଦଳା,୧୩/୦୮(ପିପିଟି):ମହିଳା ମାନଙ୍କୁ ସଶକ୍ତ କରିବା, ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦେଶ୍ୟରେ ସରକାର ଅନେକ ଯୋଜନା କରିଛନ୍ତି । ବର୍ତ୍ତମାନ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇବା ପାଇଁ ମହିଳା ଗ୍ରୁପ ମାନଙ୍କୁ ଅଗ୍ରାଧିକାର ଦେବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ବେଗୁନିଆପଡା ବ୍ଲକ ମିଶନ ଶକ୍ତି ବିଭାଗ ପକ୍ଷରୁ ଚଞ୍ଚକତା କରିଥିବା ଜାଣିବା ପରେ ମଙ୍ଗଳବାର ପୂର୍ବାହ୍ନ ୧୧ ଘଣ୍ଟ ସମୟରେ ଏହି ବ୍ଲକର ଅନେକ ମହିଳା ବ୍ଲକକୁ ଆସି ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ବେଗୁନିଆପଡା ବ୍ଲକରେ ମହିଳା ଗ୍ରୁପଙ୍କୁ ପୋଷାକ ଯୋଗାଇବା ପାଇଁ ଦାୟିତ୍ୱ ନ ଦେଇ ଅନ୍ୟ ବ୍ଲକର ମହିଳା ଗ୍ରୁପ କୁ ଚଞ୍ଚକତା କରି ଦେବା ପାଇଁ ଯୋଜନା ହେଉଛି । ଏଣୁ ଏହାକୁ ତୁରନ୍ତ ବନ୍ଦ କରି ବେଗୁନିଆପଡା ବ୍ଲକର ଯେକୌଣସି ଗ୍ରୁପକୁ ଦିଆଯାଉ । ବିଡ଼ିଓ ଵି ପି ସି ଦିଲ୍ଲୀପ କୁମାର ବେହେରାଙ୍କୁ ଡାକି ଏହି ବିଷୟରେ ଆଲୋଚନା କରିବା ସହ ଏହି ବ୍ଲକର ଗ୍ରୁପ ମାନଙ୍କୁ ଯେପରି ପୋଷାକ ଯୋଗାଇବା ଦାୟିତ୍ୱ ଦିଆଯିବ ତାର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)