ପାତାଳୀ ଶ୍ରୀକ୍ଷେତ୍ର ରେ ମହାସମାରୋହରେ ରଥଯାତ୍ରା ଅନୁଷ୍ଠତ : ଲକ୍ଷାଧିକ ଭକ୍ତଙ୍କ ସମାଗମ ।

0 246

ସୁବର୍ଣ୍ଣପୁର ,୦୮/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କୋଟସମଳାଇ ସ୍ଥିତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର ଠାରେ ଗତକାଲି ଓ ଆଜି ଦୁଇଦିନ ଧରି ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ନେତ୍ରୋତ୍ସବ,ନବଯୈବନ ଦର୍ଶନ, ଘୋଷଯାତ୍ରା ର ସମସ୍ତ ନୀତିକାନ୍ତୀ ଗୋଟିଏ ଦିନରେ ହୋଇଥିବାରୁ ରଥଯାତ୍ରା ଗୋଟିଏ ଦିନ ବଦଳରେ ଦୁଇଦିନ ହୋଇଥିଲା ।ପ୍ରଥମ ଦିନରେ ରଥଟଣା ହୋଇ ମହାପ୍ରଭୁ ରଥରେ ରହିଥିଲେ l ଗତକାଲି ପୂର୍ବାହ୍ନ ୧୧ଟାରେ ପହଣ୍ଡି, ୧ଟାରେ ଛେରାପହଁରା ନୀତି, ଅପରାହ୍ନ ୨ ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଭୋର୍ ସକାଳୁ ଦ୍ଵାରଫିଟା,ଦ୍ଵାରପାଳ ପୂଜା, ମଙ୍ଗଳ ଆଳତୀ,ଖେଚୁଡି ଭୋଗ, ମହାପ୍ରଭୁଙ୍କ ବେଶ,ରଥ ପ୍ରତିଷ୍ଠା ପରେ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡି କରାଯାଇଥିଲା।ଛଳିଆ ଶିଖରରୁ ମହାପ୍ରଭୁଙ୍କୁ ଧାଡ଼ି ପହଣ୍ଡି ରେ ଆଣି ରଥାରୂଢ଼ କରାଯାଇଥିଲା।ସେବାୟତମାନେ ଗୀତ ବୋଲି ବୋଲି ମହାପ୍ରଭୁଙ୍କୁ ଆଣିଥାନ୍ତି।ଗାଁ ର ଗଡତ୍ୟା ଚମରା ଅମାତ ଛେରାପହଁରା ନୀତି କରିଥିବା ବେଳେ ବକ୍ତା ରାଜମଣି ସାହୁ ,ପଣ୍ଡିତ ହରିଶ୍ଚନ୍ଦ୍ର ହୋତା, ଜ୍ୟୋତିର୍ବିଦ ପଣ୍ଡିତ ମେଡେନ କୁମାର ବିଶି,କବି ଦ୍ଵିତିକୃଷ୍ଣ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ।ପୂଜକ ଭାବରେ ଦେବାର୍ଚ୍ଚନ ଦାଶ,ଗୁଣାକର ପଣ୍ଡା,ବିଶେଶ୍ଵର ପାଢୀ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ। ପାତାଳୀ କ୍ଷେତ୍ରରେ ଏକ ଭକ୍ତିପୂର୍ଣ୍ଣ ପରିବେଶରେ ମହାପ୍ରଭୁ ଙ୍କ ଏହି ଦିବ୍ୟ ଲୀଳା ଦର୍ଶନ କରିବାକୁ ପାତାଳୀ ଶ୍ରୀକ୍ଷେତ୍ର ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.