ଯୁକ୍ତ ଦୁଇ କଳାରେ କଲେଜ ଟପ୍ପର ହେଲେ ମନୀଷା ।

0 409

କୋଦଳା,୦୨/୦୬(ପିପିଟି):ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ କଳା ବିଭାଗରେ କୋଦଳା ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଦିଗାପଡା ଗ୍ରାମ ପଞ୍ଚାୟତ ରେଙ୍ଗିଟିପଲି ଗ୍ରାମର ଲୋକନାଥ ସେଠୀଙ୍କ କନ୍ୟା ମନୀଷା ସେଠି ୬୦୦ରୁ ୫୦୯ ମାର୍କ ରଖି (୮୪.୮୩%)ଟପ୍ପର ହୋଇଛନ୍ତି । ତାଙ୍କର ଏହି ସଫଳତାରେ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଥିବା ବେଳେ ବାପା ମାଙ୍କ ଆଶୀର୍ବାଦ, ଅଧ୍ୟାପିକା /ଅଧ୍ୟାପକଙ୍କ ଶିକ୍ଷା, କୋଦଳା ଶ୍ରୀ ଚିଦାନନ୍ଦ କୋଚିଂ ସେଣ୍ଟର ର ସମସ୍ତ ଶିକ୍ଷକଙ୍କ ଶିକ୍ଷାଦାନ ଓ ନିଜର କଠିନ ପରିଶ୍ରମ କରି ଏହି ସଫଳତା ପାଇଥିବା ନେଇ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ମନୀଷା । ଏ ନେଇ ବିଭିନ୍ନ ମହଲ ରୁ ଶୁଭେଚ୍ଛାର ସୁଅ ଛୁଟିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.