ବେଗୁନିଆ ବୋଲଗଡ଼ ର ମୋଟ୍ ୨୨୯ ଟି ବୁଥ୍ ରେ ଶାନ୍ତି ଶୃଙ୍ଖଳାର ସହିତ ସରିଛି ମତଦାନ।

0 211

ବୋଲଗଡ଼,୨୮/ ୦୫(ପିପିଟି) ୨୦୨୪ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟର ମତଦାନ ବେଗୁନିଆ -ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଗତ ୨୫ ତାରିଖ ଶନିବାରଦିନ ଅନୁଷ୍ଠିତ ହୋଇଯାଇଅଛି।

ଏହି ତୃତୀୟ ପର୍ଯ୍ୟାୟ ଭୋଟ ମତଦାନରେ ବୋଲଗଡ଼ ବ୍ଲକର ୨ଲକ୍ଷ୍ୟ ୧୮ହଜାର ୭୭ଭୋଟର ଭୋଟ ଦେଇଅଛନ୍ତି ଏଥିରେ ନୂଆ ଭୋଟରଙ୍କ ସଂଖ୍ୟା ୫ହଜାର ୪ଶହ ୫୦, ପୁରୁଷ ଭୋଟର ସଂଖ୍ୟା ୧ଲକ୍ଷ୍ୟ ୧୩ ହଜାର ୧୪୭, ମହିଳା ଭୋଟର ସଂଖ୍ୟା ୧ ଲକ୍ଷ୍ୟ ୫ହଜାର ୬ ଓ ୨୪ଜଣ ତୃତୀୟ ଲିଙ୍ଗି ଭୋର ଅଟନ୍ତି। ଏହି ନିର୍ବାଚନ ପାଇଁ ବୋଲଗଡ଼ ବ୍ଲକ ଓ ବେଗୁନିଆ ବ୍ଲକର ସମୁଦାୟ ୨୨୯ଟି ବୁଥରେ ଭୋଟରମାନେ ନିଜ ନିଜର ଶାନ୍ତି ଶୃଙ୍ଖଳା ର ସହିତ ମତଦାନ କରିଅଛନ୍ତି। ବୋଲଗଡ଼ ବ୍ଲକର ୧୨୧ଟି ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟର ମାନେ ମତଦାନ କରୁଥିବାବେଳେ ସ୍ଥାନୀୟ ଲୋକ କହିବା ଅନୁସାରେ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ କାଉଁରିପାଟଣା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ୧୧୩ ଓ ୧୧୪ଭୋଟ କେନ୍ଦ୍ରରେ ଭୋଟରମାନେ ମତଦାନ କରୁଥିବା ବେଳେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଭୋଟ ଦେବାପାଇଁ ୧୧୪ନମ୍ବର ବୁଥରେ ପ୍ରବେଶ କରିଥିଲେ। ଭୋଟରମାନେ ଶାନ୍ତିଶୃଙ୍ଖଳାର ସହିତ ଲମ୍ବା ଧାଡିରେ ଆସି ଭୋଟ ଦେବାକୁ ଅପେକ୍ଷା କରିଥିବାବେଳେ ବିଧାୟକ ପ୍ରଶାନ୍ତ ଜଗଦେବ
ଭୋଟର ମତଦାନ କେନ୍ଦ୍ରରେ ନିୟୋଜିତ ପ୍ରିଜା୍ଇଡିଂ ଅଫିସର ବିଧାୟକ ଶ୍ରୀ ଜଗଦେବଙ୍କୁ ଧାଡିରେ ଆସି ଭୋଟ ଦେବାକୁ କହିଥିଲେ। ବିଧାୟକ ଶ୍ରୀ ଜଗଦେବ ପ୍ରିଜାଇଡିଂ ଅଫିସରଙ୍କ କଥା ନ ମାନିବାରୁ ଭୋଟରଙ୍କ ସହିତ ଯୁକ୍ତିତର୍କ ସହିତ ଠେଲାପେଲା ହୋଇଥିଲା। ଉଭୟଙ୍କ ଠେଲାପେଲା ଦ୍ୱାରା ଇଭିଏମ ମେସିନଟି ତଳେ ପଡି ଅଚଳ ହୋଇ ଯାଇଥିଲା।ଯାହାକି ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ଜଣାପଡିଛି। ଗଣ୍ଡଗୋଳ ଖବର ପାଇଁ ବୋଲଗଡ଼ ତହସିଲଦାର ତଥା ମାଜିଷ୍ଟେଟ ନିବେଦିତା ପରିଡା ଓ ବୋଲଗଡ଼ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଂଚି ଭୋଟରମାନଙ୍କୁ ବୁଝାସୁଝା କରି ଶାନ୍ତିଶୃଙ୍ଖଳା କରିବା ସଙ୍ଗେସଙ୍ଗେ ନୂତନ ମତଦାନ ନିମନ୍ତେ ନୂଆ ଇଭିଏମ ମେସିନ ଏକଘଣ୍ଟାରୁ ଉର୍ଦ୍ଧ ସମୟ ବିଳମ୍ବରେ ଚାଲୁକରିଥିଲେ। ଫଳରେ ଭୋଟରମାନେ ଭୋଟ ଦେବାପାଇଁ ୪ଘଣ୍ଟାଧରି ଲମ୍ବା ଧାଡିରେ ଛିଡା ହୋଇଥିଲେ। ୧୧୩ ଓ ୧୧୪ ନମ୍ବର ବୁଥର ସମୁଦାୟ ଭୋଟର ସଂଖ୍ୟା ହେଉଛନ୍ତି ୨୦,୩୦୦ଫଳରେ ଏହି ଦୁଇଟି ବୁଥରେ ଭୋଟରମାନେ ଭୋଟ ଦେବାପାଇଁ ତୀବ୍ର ଉତେଜନା ଲାଗିରହିଥିଲା। ଅଧିକ ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀ ଓ ବୋଲଗଡ଼ ଥାନା ଅଧିକାରୀଙ୍କ ସହାୟତାରେ ବିଧାୟକ ଗଣେଶ ଜଗଦେବଙ୍କୁ ଧରିନେଇଥିଲେ। ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ନିରପେକ୍ଷ ମତଦାନ କରିବା ପାଇଁ ଉପସ୍ଥିତ ଭୋଟରମାନଙ୍କୁ ନିବେଦନ କରିଥିଲେ। ଏହାର ସତ୍ୟାସତ୍ୟ ଘଟଣା ଜଣାପଡିବା ପାଇଁ ଭୋଟକେନ୍ଦ୍ରର ସିସି ଟିଭି ଫୁଟେଜ ତଦନ୍ତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ଦାବି କରିଅଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.