ନବୀନଙ୍କ ପାଇଁ ହିଞ୍ଜିଳିରେ ପାଣ୍ଡିଆନଙ୍କ ପ୍ରଚାର ,ନବୀନ ଓ ସାଂସଦ ପ୍ରାର୍ଥୀନୀଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ କରିବାକୁ ନିଦେବନ ।

0 64

ହିଞ୍ଜିଳିକାଟୁ୦୭/୦୫(ପିପିଟି ) : ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନ ସକାଶେ ଚଳିତ ମାସ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ୨ୟ ପର୍ଯ୍ୟାୟ ମତଦାନ ସକାଶେ ଆହୁରି ୧୨ ଦିନ ବାକି ରହିଛି । ଅଦ୍ୟାବଧି ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନ ପ୍ରଚାର ଜମିନଥିବା ବେଳେ ବିଜୁ ଜନତା ଦଳ ସର୍ବପ୍ରଥମେ ପ୍ରଚାରକୁ ପ୍ରଭାବି ଢଙ୍ଗରେ ଆରମ୍ଭ କରିଛି । ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖନାଦ ଫୁଙ୍କି ନିର୍ବାଚନ ବିଗୁଲ ଶୁଭାରମ୍ଭ କରିଥିବା ବେଳେ ଏଯାବତ୍ ଅନ୍ୟାନ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ସରଗରମ ହୋଇ ପାରିନାହିଁ । ବିଜେଡି ଏ କ୍ଷେତ୍ରରେ ଷ୍ଟାର ପ୍ରଚାରକ ମାନଙ୍କୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଶାଣିତ ଢଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରି ମାରାଥନ ପ୍ରଚାର ଆରମ୍ଭ କରିଛି । ଏପ୍ରିଲ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଶେରଗଡ ଗସ୍ତ କରି ପ୍ରଚାର ଶୁଭାରମ୍ଭ କରିଥିବା ବେଳେ ମଙ୍ଗଳବାର ବିଜେଡିର ଷ୍ଟାର କ୍ୟାମ୍ପେନର ଭି.କେ. ପାଣ୍ଡିଆନ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଦିନିକିଆ ଗସ୍ତରେ ଆସି ହିଞ୍ଜିଳି ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକ ଓ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ।

ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୧ଟାରେ ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ନିକଟସ୍ଥ ମେଘମାଳ ତୋଟା ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସିଧାସଳଖ ଆସି ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକରେ ବିଜୁବାବୁଙ୍କ ପ୍ରର୍ତ୍ତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେଠାରୁ ସେ ଜଗନ୍ନାଥ ମାର୍ଗରେ ଆୟୋଜିତ ସାଧାରଣ ସଭାରେ ଅଭିଭାଷଣ ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ ସେ, ହିଞ୍ଜିଳିରୁ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତରଣ ସର୍ବପ୍ରଥମେ ଆରମ୍ଭ ହୋଇଥିଲା ବୋଲି ଉଦବୋଧନ ଦେଇଥିଲେ । ହିଞ୍ଜିଳିକୁ ମୁଖ୍ୟମନ୍ତ୍ରୀ ବିକାଶ ଲାଗି ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି । ବିକାଶ କ୍ଷେତ୍ରରେ ହିଞ୍ଜିଳି ନମ୍ବର୧ ହେବା ସହିତ ପୌର ପରିଷଦ ମଧ୍ୟ ନଂ ୧ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କ ପାଇଁ ଗୋଟିଏ ଗୋଟିଏ ଭୋଟ ଅତି ମୁଲ୍ୟବାନ । ଏଣୁ ଖରା, ବର୍ଷାକୁ ଡରି ନ ଯାଇ ନିଜର ବହୁ ମୁଲ୍ୟ ଭୋଟକୁ ଯୋଡିଶଙ୍ଖରେ ମତଦାନ କରି ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ କରିବାକୁ ଜନସାଧାରଣଙ୍କୁ ନିଦେବନ କରିଥିଲେ । ସେଠାରୁ ସେ ରେଗିଡି ସାହି, ନୂଆଁଗଡ, ବ୍ଳକ ଛକ, ହିଞ୍ଜିଳି କାଳୀ ମନ୍ଦିର ଛକ ତରାତରିଣୀ ରାସ୍ତାରେ ଯାଇ ସିକିରି ଓ ରାଳବ ଛକରେ ପହଞ୍ଚି ଶାସନଆମ୍ବଗାଁରେ ଆୟୋଜିତ ସାଧାରଣ ସଭାରେ ନିର୍ବାଚନ ପ୍ରଚାର କରିଥିଲେ । ସେଠାରୁ ସେ ନନ୍ଦିକ ଛକ, ବାଳକୃଷ୍ଣପୁର ଗସ୍ତ କରି ଡି.ପାଟପୁର ଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ । ପରେ ବେଲଗାଁ, ଗଣ୍ଡଳା, ପଳାସି, ଦୁର୍ବନ୍ଧ ଓ କଞ୍ଚୁରୁ ଗସ୍ତ କରି ସମରଝୋଳ ଛକ ଠାରେ ଆୟୋଜିତ ସାଧାରଣ ସଭାରେ ନିର୍ବାଚନ ପ୍ରଚାର କରିବା ସହ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀନୀଙ୍କୁ ବିପୁଳ ସଂଖ୍ୟକ ଭୋଟ ଦେଇ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ । ପାଣ୍ଡିଆନଙ୍କୁ ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ହଜାର ହଜାର ମହିଳା ଦଳୀୟ କର୍ମୀ ଉପସ୍ଥିତ ରହି ବାଦ୍ୟବାଜଣା, ଶଙ୍ଖ, ହୁଳହୁଳି ଓ ପୁଷ୍ପବୃଷ୍ଟି କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଉତ୍ତରୀୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.