ମହାନ୍ ସଂଘ ସଭାପତିଙ୍କ ମାତୃ ବିୟୋଗ ।

0 111

ବ୍ରହ୍ମପୁର,୨୯/୦୪(ପିପିଟି):ହିଲ ପାଟଣା ବିଶିଷ୍ଟ ସମାଜ ସେବିକା ଶ୍ରୀମତୀ କନକ କୁମାରୀ ସାବତଙ୍କ ଆଜି ସକାଳ ୧୧.୩୦ ସମୟରେ ନିଜ ବାସ ଭବନରେ ହୁର୍ଦ୍ ଘାତ ରେ ଦେହ ତ୍ୟାଗ କଲେ। ଶ୍ରୀମତୀ ସାବତ ଟାଟା କୋଲନୀ ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ର ଟ୍ରଷ୍ଟି ଥିଲେ । ଶ୍ରୀମତୀ ସାବତ ଶାସନ ଆମ୍ବଂଗାଁ ନିବାସୀ ବିଶିଷ୍ଟ ସମାଜ ସେବୀ ସ୍ୱର୍ଗତ ଅର୍ଜୁନ ସାବତଙ୍କ ପୁତ୍ର ବଧୂ ତଥା ବିଶିଷ୍ଟ ପରିବେଶ ବିତ ସ୍ୱର୍ଗତ୍ ଅଚ୍ୟୁତ ରାମ ସାବତଙ୍କ ଧର୍ମ ପତ୍ନୀ ଅଟନ୍ତି। ଶ୍ରୀମତୀ ସାବତଙ୍କ ଶେଷ ସମୟରେ ଚାରି ପୁତ୍ର ସୁବାଷ ଚନ୍ଦ୍ର ସାବତ, ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ, ଶ୍ରୀ କୃଷ୍ଣ ଚନ୍ଦ୍ର ସାବତ, ଶ୍ରୀକାନ୍ତ ଚନ୍ଦ୍ର ସାବତ, ଜାମାତା ଡ ବିନୋଦ ସାବତ,କନ୍ୟା ଅଲକା ସାବତ, ପୁତ୍ରବଧୂ ରଶ୍ମିତା ସାବତ, ସୁନୀତା ସାବତଙ୍କ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ। ଆଜି ଶାସନ ଆମ୍ଭାଗା ନିକଟସ୍ତ ଋଷିକୂଲ୍ୟା ମୁହାଣରେ ଶେଷକୃତ୍ୟ ସଂପନ୍ନ ହେବ। ବାସଭବନ ରେ ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚାୟୁ ପଟ୍ଟନାୟକ,ସୁବାସ ମହାରଣା, ପୂର୍ବତନ ମେୟର ଶିବ ଶଙ୍କର ଦାସ, ଗଞ୍ଜାମ ବାର ଏସୋସିଏସନ ସଭାପତି ନୟନ ମହାପାତ୍ରଙ୍କ ସମେତ ବହୁ ଅନୁଷ୍ଠାନର ପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ବ୍ୟକ୍ତିତ୍ଵ,ମହାନ୍ ସଂଘ ସଦସ୍ୟ ସଦସ୍ୟା ଅଞ୍ଚଳ ବାସି ଗ୍ରାମବାସୀ ବାସଭବନରେ ଶେଷ ଦର୍ଶନ କରିଥିଲେ। ଶ୍ରୀମତୀ ସାବତଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.