ଉଠ ଓଡ଼ିଆ ସଂକଳ୍ପ ଯାତ୍ର ୪ର୍ଥଦିନ, ଉଠିଲେ ଓଡ଼ିଆ, ଉଠିବ ଓଡିଶା, ମୋ ସ୍ୱଭିମାନ।

0 278

ଖୋର୍ଦ୍ଧା,୧୩/୦୪(ପିପିଟି):ଓଡ଼ିଶା ଓ ଓଡ଼ିଆଙ୍କୁ ଭଲପାଉଥିବା ଭାଇ ଓ ଭଉଣୀ ମାନେ ଓଡ଼ିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା କରି ମଧୁବାବୁ ଓ ଗୋପବନ୍ଧୁଙ୍କ ସ୍ୱପ୍ନର ଓଡ଼ିଶା ତଥା ଏକ ସ୍ବାବଲମ୍ବୀ ଓ ସମୃଦ୍ଧ ଓଡ଼ିଶା ଗଢି ତୋଳିବା ପାଇଁ ସାଥୀମାନଙ୍କୁ ଏକଜୁଟ କରିବା ନିମନ୍ତେ ଓ ଯୁବକ ମାନଙ୍କ ଭିତରେ ଭାଙ୍ଗି ପଡୁଥିବା ବିଶ୍ୱାସକୁ ଯୋଡିବା ପାଇଁ ’ଉଠ ଓଡ଼ିଆ’ ଏକ ଅଭିଯାନ।

ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ ଆମ ଓଡ଼ିଶାରେ ଓଡ଼ିଆ ଭାଷାର ସ୍ଥିତି ସାବତ ପୁଅ ପରି । ଓଡ଼ିଆଙ୍କ ଅସ୍ମିତାର ପ୍ରତୀକ ଓଡ଼ିଆ ଭାଷା, ଶ୍ରୀ ଜଗନ୍ନାଥ, ମହାନଦୀ, ବାରବାଟୀ ଓ ଓଡ଼ିଶାର ପ୍ରାକୃତିକ ସମ୍ବଳଠାରୁ ଓଡ଼ିଆ ଯୁବକମାନେ ନିଜକୁ ବିଚ୍ଛିନ୍ନ କରି ଚାଲିଛନ୍ତି। ଓଡ଼ିଶାର ସ୍ୱାଭିମାନ, ଓଡ଼ିଶାର ଅସ୍ମିତା ଆଜି ଭୟଙ୍କର ସଙ୍କଟରେ। ଆଉ ବାର ବର୍ଷ ପରେ ଆମ ଓଡ଼ିଶାକୁ ଶହେ ବର୍ଷ ପୁରିବ। ଶହେ ବର୍ଷ ପୂରଣ ହେବା ବେଳକୁ ଏକ ସ୍ବାବଲମ୍ବୀ ଓ ସମତା ଭିତ୍ତିକ ଓଡ଼ିଶା ଗଢ଼ିବା ପାଇଁ ଆମେ ସମସ୍ତେ ହାତରେ ହାତ ମିଶେଇବା ଜରୁରୀ ଅଟେ। ଓଡ଼ିଶାର ସାଂପ୍ରତିକ ପରିସ୍ଥିତିକୁ ନେଇ ବିଚଳିତ ଥିବା ତଥା ଏକ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ଶୁଦ୍ଧ ଓଡ଼ିଆ ପ୍ରାଣମାନଙ୍କୁ ସନ୍ଧାନ କରି ସେମାନଙ୍କୁ ଗୋଟିଏ ମାଳାରେ ଗୁନ୍ଥିବା ପାଇଁ ଉଠ ଓଡ଼ିଆ ତରଫରୁ “ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର”କୁ ଏକ ପଦଯାତ୍ରା ଆୟୋଜନ କରାଯାଉଛି।ଯାହାକି ଏହି ପଦଯାତ୍ରା ଗତ ଏପ୍ରିଲ ୧୦ ତାରିଖ ସକାଳ ୭ଟାରୁ ସିଂହଦ୍ବାର ସାମ୍ନାରୁ ବାହାରି ୧୪ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ। ଯାହାକି ଆଜି ୪ର୍ଥ ଦିନରେ ଦାଣ୍ଡ ମୁକୁନ୍ଦପୁର ରୁ ବାହାରି ଧଉଳିରେ ପହଞ୍ଚିବେ ଏହି ଯାତ୍ରା ସ୍ଥାନୀୟ ଅଞ୍ଚଳ ଦେଇ ଯାଉଥିବାରୁ ବିଭିନ୍ନ ସ୍ଥାନ ରେ ଜନ ସଭା, ଯାତ୍ରୀଙ୍କର ବିଶ୍ରାମ ଓ ଖାଦ୍ୟପେୟର ବ୍ୟବସ୍ଥା କରିବାରେ ସ୍ଥାନୀୟ ଅଞ୍ଚଳର ସହଯୋଗ ର ହାତ ବଢାଇଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.