ସୁବର୍ଣ୍ଣପୁର,୧୧/୦୪ (ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସଦର ରାୟଗୁରୁ ପଡା ଠାରେ ଗତକାଲି ଏକ ଗରିବ ଅସହାୟ ପରିବାର ର ବୟସ୍କା ଝିଅ ଗୀତାଞ୍ଜଳୀ ର ମୃତ୍ୟୁ ଘଟିବା ପରେ ପାଖ ପଡିଶା ଓ ଆତ୍ମୀୟ ସ୍ୱଜନ ଲୋକେ କେହି ସହଯୋଗ ନ କରିବାରୁ ଦିନ 10 ଟା ରୁ ସନ୍ଧ୍ୟା 5ଟା ଯାଏ ସଂସ୍କାର ନ ହୋଇ ପଡ଼ି ରହିଥିଲା ଶବ l ମୃତା ଝିଅ ଗୀତାଞ୍ଜଳି ର 80 ବର୍ଷ ର ବୃଦ୍ଧା ମାଆ ଭଲ ଭାବରେ ଆଖିକୁ ଦେଖାଯାଉ ନ ଥିବାବେଳେ ଏକ ମାତ୍ର ଭାଈ ଦୁଃଖ ରେ ଭାଙ୍ଗି ପଡି ଓ ଅସହାୟତା ପ୍ରକାଶ କରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ସ୍ୱଚ୍ଛ ଭାରତ ସଂଗଠନ ର ସ୍ଵେଚ୍ଛାସବୀ ଙ୍କୁ ଖବର ଦେଇ ସହାୟତା ମାଗିଥିଲେ l ଏ ଖବର ପାଇ ବୁଢ଼ାରଜା ଅନୁଷ୍ଠାନ କୁ ଅସହାୟ ଙ୍କ ଶବ ସଂସ୍କାର କାମ ରେ ସହଯୋଗ ପାଇଁ ଦାନ କରିଥିବା ଶବ ବାହକ ଗାଡ଼ି କୁ ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ ତୁରନ୍ତ ପଠାଇଥିଲେ l ପରେ ସମସ୍ତ ସ୍ଵେଚ୍ଛାସେବୀ ମାନେ ପହଞ୍ଚି ଅସହାୟ ପରିବାର ର ସହାୟତା କରି ଶବ କୁ କlନ୍ଧେଇ ମହାପ୍ରୟାଣ ଗାଡ଼ି ରେ ସ୍ମଶାନ କୁ ନେଇଥିଲେ ଏବଂ ରାମେଶ୍ବର ଶ୍ମଶାନ ଘାଟ ରେ ମୃତା ମହିଳା ର ଶବ ସଂସ୍କାର କରିଛନ୍ତି l ସମାଜସେବୀ ସଞ୍ଜୟ ମହାପାତ୍ର, କାହୁଁ ସାହୁ, ମନୋଜ ପଣ୍ଡା, ସ୍ଵରୂପ ପାତ୍ର, ଜୟନାରାୟଣ ସାହୁ, ରବୀନ୍ଦ୍ର ଜେନା, ରାଜେଶ୍ ସିଂ, ପ୍ରମୁଖ ସ୍ଵେଚ୍ଛlସେବୀ ଗତକାଲି ର ଏହି ମହାନ ସେବା ରେ ସାମିଲ୍ ଥିବା ବେଳେ ପୂର୍ବ ରୁ ମଧ୍ୟ ଏଇ ସ୍ଵେଚ୍ଛାସେବୀ ମାନେ ଅନେକ ଅସହାୟ ଅଜଣା ଶବ କୁ ସଂସ୍କାର କରିଥିବା ଜଣାଯାଇଛି l ଆର ଏସ ଏସ ଓ ସ୍ବଚ୍ଛ ଭାରତ ସଙ୍ଗଠନ ର ସ୍ବେଚ୍ଛାସେବୀ ଗଣଙ୍କ ଏହି ମହତ୍ ସେବାକାର୍ଯ୍ଯ ପାଇଁ ସହର ବାସୀ ଉଚ୍ଚ ପ୍ରଶଂସା କରିଛନ୍ତି l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ