***ଛେନାପୋଡ଼ ଦିବସ***

0 152

ନୟାଗଡ ଛେନା ପୋଡ଼
ସୁଦର୍ଶନ ସାହୁ କଲେ ତିଆର
ଯାଇ ଫୁଲ ଆଲୋ ଯାଇ ଫୁଲ
ଦେଶ ବିଦେଶେ ହେଲା ପ୍ରଚାର….!!
ଦି ହଜାର ବାଇଶି ଜାଣ
ତାଙ୍କ ଜନ୍ମ ଦିନ କରି ସ୍ମରଣ
ଯାଇ ଫୁଲ ଆଲୋ ଯାଇ ଫୁଲ
ଛେନାପୋଡ଼ ଦିବସ ପାଳନ….!!
କଦଳୀ ପତ୍ର ଗୁଡ଼ାଇ
ତହିଁ ପରେ ଛେନା ଚିନି ଗୋଳେଇ
ଯାଇ ଫୁଲ ଆଲୋ ଯାଇ ଫୁଲ
ରଢ ନିଆଁରେ ଦିଅନ୍ତି ଥୋଇ….!!
ଅଳାଇଚ ସ୍ବାଦୁ ପାଇଁଁ
ମିଶ୍ରଣ କରନ୍ତି ପୋଡରେ ତହିଁ
ଯାଇ ଫୁଲ ଆଲୋ ଯାଇ ଫୁଲ
ଏବେ ସୁସ୍ବାଦର ତୁଳନା ନାହିଁ…..!!
ଛେନାପୋଡ଼ ଓଡ଼ିଶାର
ଜଗତେ ବିକ୍ଷାତ ନାମ ତାହାର
ଯାଇ ଫୁଲ ଆଲୋ ଯାଇ ଫୁଲ
ହେଲା ସର୍ବତ୍ର ତା’ର ଆଦର…..!!
ଛେନାପୋଡ଼ କଅଁଳିଆ
ଖାଇବାକୁ ମନ ହୁଅଇ ବାୟା
ଯାଇ ଫୁଲ ଆଲୋ ଯାଇ ଫୁଲ
ପିଲା ବୁଢାକୁ କଲା କିମିଆ….!!
ପୁନେଇଁ ପରବ ଦିନ
ଛେନାପୋଡ଼ ଲୋଡା ହୁଏଟି ପୁଣ
ଯାଇ ଫୁଲ ଆଲୋ ଯାଇ ଫୁଲ
କରେ ମନକୁ ଅତି ଉଛନ…!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.