“ଉଠ ଓଡ଼ିଆ” ସଙ୍ଗଠନ ପକ୍ଷରୁ ଓଡ଼ିଶା କୁ ସ୍ୱାବଲମ୍ବୀ ଓ ସମୃଦ୍ଧ କରିବା ଲକ୍ଷ୍ୟ ନେଇ ସାମ୍ବାଦିକ ସମ୍ମିଳନୀ।

0 313

ଖୋର୍ଦ୍ଧା,୦୯/୦୪(ପିପିଟି): ଉଠ ଓଡ଼ିଆ ସଙ୍ଗଠନ ତରଫରୁ ପ୍ରଗତି ନର୍ସିଂ ହୋମ ୨ୟ ମହଲା ରେ ଏକ ସାମ୍ବାଦିକ ସମ୍ମିଳନୀର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଓଡିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା କରି ମଧୁବାବୁ ଓ ଗୋପବନ୍ଧୁଙ୍କ ସ୍ୱପ୍ନ ଓଡିଶା ତଥା ଏକ ସ୍ୱାବଲମ୍ବୀ ଓ ସମୃଦ୍ଧ ଓଡ଼ିଶା ଗଢିତୋଳିବା ପାଇଁ ଓ ଓଡ଼ିଶା ବାସୀ ଙ୍କୁ ଜାଗ୍ରତ କରିବା ଲକ୍ଷ ନେଇ ‘ଉଠ ଓଡ଼ିଆ’ ସଙ୍ଗଠନ ପକ୍ଷରୁ ୫ ଦିନିଆ ସଂକଳ୍ପ ଯାତ୍ରା ର ଘୋଷଣା କରାଯାଇଛି। ଯାହାକି ଆଗାମୀ ଅପ୍ରେଲ ୧୦ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ନିକଟରୁ ବାହାରି ବିର ହରେକୃଷ୍ଣ ପୁର,ସୁଆଣ୍ଡୋ,ସତ୍ୟବାଦି,ଧଉଳିଦେଇ ୧୪ ତାରିଖ ଦିନ ଭୁବନେଶ୍ୱରରେ ଯାତ୍ରା ସମାପନ ହେବ।ସଂଗଠନର ଶତାଧିକ ସଦସ୍ୟ ଏହି ଯାତ୍ରା ରେ ଯୋଗଦେଇ ବିଭିନ୍ନ ଗାଁ କୁ ଗାଁ ବୁଲି ଲୋକମାନଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତା ର ବାର୍ତ୍ତା ପ୍ରଚାର କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି। ଏଥି ସହିତ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କାହ୍ନୁ ଚରଣ ବେହୁରା,ସଦସ୍ୟ, ଉଠ ଓଡ଼ିଆ କହିଛନ୍ତି ପାକୃତିକ ଧନରାଜିରେ ଭରପୁର ଓଡିଶା ଆଉ ଅଳ୍ପ କେଇ ବର୍ଷପରେ ସ୍ୱତନ୍ତ୍ର ପ୍ରଦେଶ ଗଠନକୁ ୧୦୦ବର୍ଷ ପାଳନ କରିବ। ତଥାପି ରୁଗ୍ଣ ଶିକ୍ଷା, ସ୍ୱାସ୍ଥ୍ୟବ୍ୟବସ୍ଥା, ବେକାରି ସମସ୍ୟା, ମଦ ବିଭୀଷିକା, ଓ ଦାଦନ ସମସ୍ୟା ସାଧାରଣ ଓଡ଼ିଆ ଙ୍କୁ ଆନ୍ଦୋଳିତ କରୁଛି। ଏପରି ସାଂପ୍ରତିକ ପରିସ୍ଥିତିକୁ ନେଇ ବିଚଳିତ ଥିବା ତଥା ଏକ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ଶୁଦ୍ଧ ଓଡ଼ିଆ ପ୍ରାଣମାନଙ୍କୁ ସନ୍ଧାନ କରିବାପାଇଁ “ଉଠ ଓଡ଼ିଆ” ତରଫରୁ ଶ୍ରୀକ୍ଷେତ୍ର ରୁ ଏକାମ୍ରକ୍ଷେତ୍ରକୁ ଏହି ପଦଯାତ୍ରା ଆୟୋଜିତ କରାଯାଉଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.