ମାଲକାନଗିରି,୦୮/୦୪(ପିପିଟି) :ଆଜି ଓର୍କେଲ ପୋଲିସ ସଦଳ ବଳେ ପେଟ୍ରୋଲଂ କରୁଥିବା ବେଳେ ଚିତ୍ରକୋଣ୍ଡା ଛକ ନିକଟରେ ଠିଆ ହୋଇଥିବା ସନ୍ଦିଗ୍ଧ ତିନି ଜଣ ବ୍ୟକ୍ତି ପୋଲିସ ଦେଖି ଧାଇଁବାକୁ ଉଦ୍ଯମ କରିଥିଲେ। ପୋଲିସ ସୋମାନଙ୍କୁ କାବୁ କରି ୩୮ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।ଏହା ବ୍ୟତୀତ ଯେଉଁ ବ୍ୟକ୍ତି ସେମାନଙ୍କୁ ଗଞ୍ଜେଇ ଯୋଗାଇଥିଲା, ତାଙ୍କ ନାମରେ ମାମଲା ମଧ୍ୟ ଋଜୁ କରାଯାଇଛି।
ଘଟଣାରୁ ପ୍ରକାଶ ଯେ ଆଜି ୧୧ ଘଟିକା ସମୟରେ ଓର୍କେଲ ପୋଲିସ ଏସଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ପୋଲିସ ସଦଳ ବଳେ ବାଲିମେଳା ଛକ, ଏମଭି-୩୭, ଚିତ୍ରକୋଣ୍ଡା ଛକ ଗୁଡ଼ିକୁ ଭ୍ରାମ୍ୟମାଣ କରୁଥିବା ବେଳେ ଚିତ୍ରକୋଣ୍ଡା ଛକ ନିକଟରେ ସନ୍ଦେହ ଜନକଙ୍କ ଅବସ୍ଥା ୩ ଜଣ ଅଚିହ୍ନା ବ୍ଯକ୍ତି ଦଣ୍ଡାୟମାନ ହୋଇ ଥିଲେ। ନିଜ ଶରୀରରେ କିଛି ଗୁଡ଼ାଇ ହୋଇ ଥିବା ବେଳେ ଦୁଇଜଣ ବ୍ୟକ୍ତି ଦୁଇ ଟି ପଲିଥିନ ବ୍ୟାଗ ଧାରଣ କରିଥିଲେ। ସେମାନେ ପୋଲିସ ଗାଡ଼ିକୁ ଦେଖି ସେଠାରୁ
ଦ୍ରୁତ ଗତିରେ ଯିବା ପାଇଁ ଉଦ୍ୟମ କରିଥିଲା ବେଳେ ପୋଲିସ ସେମାନଙ୍କୁ କାବୁ କରି ତଦନ୍ତ କରିଥିଲା। ସେମାନେ ନିଜ ଦେହେ ଗଞ୍ଜେଇ ରଖି ଅଭିନବ ଉପାୟରେ ପଟି ଗୁଡ଼ାଇ ଥିଲେ । ପୋଲିସ ତଦନ୍ତ କରି ୩୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନେ ହେଲେ ମହାରାଷ୍ଟ୍ର ରାଜ୍ୟ ନାଗପୁର ଥାନା ଅନ୍ତର୍ଗତ ୟାସ୍ପିନ ଗ୍ରାମର ମହମ୍ମଦ ଫୈଜାନ୍ (୨୫),ଉଲିସ୍ଥାନ ଗ୍ରାମର ସେକ୍ ସାରିକ୍ (୪୫), ଗର୍ଜନରେ ଥାନା ଅନ୍ତର୍ଗତ ଜୟ ସୀୟାରାମ ଗ୍ରାମର ବଜରଙ୍ଗ ଅଶୋକ ପଟେଲ୍।ତେବେ ଏହି ୩ ଜଣ ବ୍ୟକ୍ତିଙ୍କୁ ଗଞ୍ଜେଇ ଯୋଗାଇବା ଚିତ୍ରକୋଣ୍ଡା ଅଞ୍ଚଳର ସୁଧାର ଖିଲ ନାମରେ ମଧ୍ୟ ମାମଲା ରୁଜୁ କରିଛି ଓର୍କେଲ ପୋଲିସ। ଓର୍କେଲ ଥାନା କେସ ନମ୍ବର ୧୫୫/ତା:୮/୪/୨୦୨୪ ଧାରା ୨୦ (ବି) ,ସିଂ/୨୯ ଏନଡିପିଏସ ରେ ଅଭିଯୁକ୍ତ ୪ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଏବଂ ୨୧୦୦ ଟଙ୍କା ପୋଲିସ ଜବତ କରିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)