ବ୍ରହ୍ମପୁର, ୦୮/୦୪ (ପିପିଟି ) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡା ବ୍ଳକ୍,ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ “ମୋ ସ୍କୁଲ” ଟଙ୍କା ହଡପ କରି ହେରଫେର କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତ କରିବା ସହ ସ୍କୁଲର ଆର୍ଥିକ ହଡପ ହୋଇଥିବା ଅଭିଯୋଗ ଜାଣି ପାରିଥିଲେ । ଉକ୍ତ ବିଷୟକୁ କେନ୍ଦ୍ର କରି ଉପଯୁକ୍ତ ତଦନ୍ତ ନ ସରିବା ପଯ୍ୟନ୍ତ ହେରଫେର ମୋ ସ୍କୁଲ ଟଙ୍କା ଆର୍ଥିକ ଅଭିଯୋଗରେ ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଶିଶିରକାନ୍ତ ସ୍ବାଇଁଙ୍କୁ ନିଲମ୍ବିତ କରାଯାଇଛି । ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ପରେ ଶ୍ରୀ ସ୍ୱାଇଁଙ୍କ ବିରୁଦ୍ଧରେ ସରକାରୀ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀଣୀ ପ୍ରକାଶ କରିଛନ୍ତି । ଜିଲ୍ଲାର ଏହି ଭଳି ଅନେକ ଅଭିଯୋଗ ରହୁଥିବା ପ୍ରଶ୍ନ କୁ ନେଇ ଜିଲ୍ଲା ଶିକ୍ଷାଅଧିକାରୀଣୀ ମୋହଦୟା ଶ୍ରୀମତୀ ଅମିତା ପଟନାୟକ ଉପଯୁକ୍ତତା ଭିତ୍ତିରେ ଆବଶ୍ୟକତା ଅନୁଯାୟୀ ଜିଲ୍ଲାର ସମସ୍ତ ସ୍କୁଲକୁ ତଦନ୍ତ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି ।
ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ