ବେଲଗୁଣ୍ଠା, ୦୭/୦୪(ପିପିଟି) : ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ନବଘନ ଗୌଡ଼ଙ୍କର ହୃଦଘାତରେ ମୃତ୍ୟୁ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା I ସେ ବେଲଗୁଣ୍ଠା ବ୍ଳକ୍ ସାନଦୋଡ଼ଙ୍ଗା ଗ୍ରାମରେ ନିଜର ଚାକିରି ଜୀବନ ଆରମ୍ଭ କରି କେଶରାପଲ୍ଲୀ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ I ନବଘନ ଜଣେ ଆଦର୍ଶ ଶିକ୍ଷକ,ଧର୍ମପରାୟଣ, ପରୋପକାରୀ ତଥା ଅମାୟିକ ବ୍ୟକ୍ତିତ୍ୱ ଭାବରେ ଉଭୟ ବେଲଗୁଣ୍ଠା ଏବଂ ଆସ୍କା ବ୍ଳକ୍ ରେ ବେଶ୍ ପରିଚିତ ଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ନର୍ମଦା, ପୁଅ ପିଣ୍ଟୁ, ଝିଅ ପିଙ୍କିଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ମୃତ୍ୟୁ ଖବର ଶୁଣି ମୁନିଗାଡ଼ି ସରପଞ୍ଚ ପ୍ରତିନିଧି ସନ୍ତୋଷ ସ୍ୱାଇଁ, ସମିତି ସଭ୍ୟ ପ୍ରତିନିଧି ମାନସ ବିଷୋୟୀ, ଅବସପ୍ରାପ୍ତ ଶିକ୍ଷକ ହରିବନ୍ଧୁ ବିଷୋୟୀ, ଭଞ୍ଜ କିଶୋର ଗୌଡ, ଦିବାକର ଗୌଡ଼, ମନୋଜ କୁମାର ଗୌଡ଼,ସହପାଠୀ ବାଳକୃଷ୍ଣ ସାବତ, ପ୍ରଭାକର ବିଷୋୟୀ, ଅଶୋକ ଜେନା,ନିରଞ୍ଜନ ପରିଡ଼ା,ମନୋଜ୍ ତ୍ରିପାଠୀ, ବଂଶୀଧର ଗୌଡ଼, ଶିକ୍ଷୟିତ୍ରୀ ଅଳକା ପଣ୍ଡା,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜ କିଶୋର ମହାନ୍ତି, ଗୋକୁଳ ରଞ୍ଜନ ମହାପାତ୍ର, ଜୟରାମ ସ୍ୱାଇଁ, ସୁଦର୍ଶନ ଗୌଡ଼, ଭଗବାନ ଗୌଡ଼ ପ୍ରମୁଖ ସ୍ଵର୍ଗତ ନବଘନଙ୍କ ଅନ୍ତିମ ଦର୍ଶନ କରି ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦ ଗତି କାମନା କରିଥିଲେ I ଶ୍ରୀକ୍ଷେତ୍ର ପୁରୀରେ ନିଜର ଅନ୍ତିମ ଜୀବନ ଅତିବାହିତ କରିବା ପାଇଁ ସ୍ଵର୍ଗତ ନବଘନଙ୍କ ଇଛା ଥିବାରୁ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା I
ରିପୋର୍ଟ- ସୁଶାନ୍ତ କୁମାର ବେହେରା