ହିଞ୍ଜିଳିକାଟୁ,୦୬/୦୭(ପିପିଟି) ହିଞ୍ଜିଳି ଥାନା ସୋମପୁର ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଦଣ୍ଡୁଆ ମାନଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସଙ୍କଟାପର୍ଣ୍ଣ ଅବସ୍ଥାରେ ୭ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ହିଞ୍ଜିଳି ପୋଲିସ ସୂତ୍ରରୁ ପ୍ରକାଶ । ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା। ଗଞ୍ଜାମ କାଇଲୋପଡା ପଞ୍ଚାୟତ ଦହିମୁଣ୍ଡଳୀ ଗାଁର ଦଣ୍ଡୁଆମାନେ ବ୍ରହ୍ମପୁରରୁ କ୍ଷେତ୍ରୀୟ ବ୍ରହ୍ମପୁରକୁ ଦୁଇଟି ପିକଅପ୍ ଭ୍ୟାନରେ ଯାଉଥିଲେ। ତେବେ ଗୋଟିଏ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପରେ ହିଞ୍ଜିଳି ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଜାରି ରଖିଛନ୍ତି।
ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ