ଗରିବ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ ସହଯୋଗ ର ହାତ ବଢାଉଛନ୍ତି ମନୋଜ ପ୍ରଧାନ ।

0 290

ବୋଲଗଡ଼,୧୯/୦୯(ପିପିଟି): ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ପଞ୍ଚାୟତ ଛିଆମ ଗ୍ରାମର ପରିଚିତ ସମାଜସେବୀ ମନୋଜ କୁମାର ପ୍ରଧାନ ଙ୍କ ଅଞ୍ଚଳ ପରିଦର୍ଶନ ଓ ବନ୍ଧୁମିଳନ କରିବା ସହ ଗରିବ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ ର ହାତ ବଢାଇଛନ୍ତି । ସେହିପରି ବୋଲଗଡ଼ ବ୍ଲକ ରେ ସାଗରଗାଁ ପଞ୍ଚାୟତର ବେଣାଗାଡ଼ିଆ ପାଟଣା ଓ କୃଷ୍ଣପ୍ରସାଦ ଆଦିବାସୀ ଗ୍ରାମର ଆଦିବାସୀ ଓ ଅସହାୟ ଗରିବ ଭିନ୍ନକ୍ଷମ ଲୋକମାନଙ୍କୁ ଭେଟି ଆର୍ଥିକ ସହାୟତା କରିବା ସହିତ ଗ୍ରାମର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ରାଜ୍ୟ ସରକାର ଗମନାଗମନ , ପାନୀୟ ଜଳ ଓ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏ ଅଞ୍ଚଳ କାହିଁକି ସେ ସବୁଥିରୁ ବଞ୍ଚିତ ଅଛି । ସେ ସବୁ ବିଷୟରେ ସମାଜସେବୀ ମନୋଜ ପ୍ରଧାନ ଆଲୋଚନା କରିବା ସହିତ ଆପଣ ମାନଙ୍କୁ ସହଯୋଗ ହାତ ବଢାଇବା ପାଇଁ ଦୃଢ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମୋତେ ସାହାଯ୍ୟ କଲେ ମୁ ଆପଣ ମାନଙ୍କ ସହଯୋଗ କରିବି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପାଟବନ୍ଧ ଓ କୃଷ୍ଣପ୍ରସାଦ ଗ୍ରାମର ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.