ମୃତ୍ୟୁ ପରେ ଅଙ୍ଗଦାନ କରିବେ ଯୁବ ସାମ୍ୱାଦିକ ଅଶୋକ କୁମାର ପ୍ରଧାନ।

0 332

ବୋଲଗଡ଼,୦୬/୦୩ (ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡକୁମ୍ଭାରୀ ପଞ୍ଚାୟତର ରାଜସୁନାଖଳା ସ୍ଥିତ କାର୍ଯ୍ୟରତ ଯୁବ ସାମ୍ବାଦିକ ଅଶୋକ କୁମାର ପ୍ରଧାନ ସେ ଜଣେ ଗଣମାଧ୍ୟମ ପ୍ରତିନିଧି ଓ ଜଣେ ସମାଜ ସେବି ଏବଂ ତାଙ୍କର ପିତା ସ୍ୱର୍ଗତ ଭରତ ପ୍ରଧାନ, ମାତା ଗୁଲ ପ୍ରଧାନ ଅଟନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ରାଜସୁନାଖଳା ଅଞ୍ଚଳର ସେ ଜଣେ ସଚ୍ଚୋଟ ସାମ୍ବାଦିକ ଭାବରେ ବେଶ ପରିଚିତ । ସବୁବେଳେ ନିଜର ରକ୍ତକୁ ଅନ୍ୟକୁ ଦେଇ ଏହା ଏକ ସେବା ବୋଲି ନିଜକୁ ଏପରି ସେବା କରିବା ମୋ ପାଇଁ ଭାଗ୍ୟବାନ ବୋଲି ଭାବନ୍ତି। ମୃତ୍ୟୁ ପରେ ନିଜ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଅନ୍ୟ ମାନଙ୍କ ପାଇଁ ଦାନକରିବେ ବୋଲି ମଙ୍ଗଳବାର ଚୁକ୍ତି ନାମରେ ଦାଖଲ କରିବା ସହ ଘୋଷଣା କରିଛନ୍ତି । କୌଣସି ଟଙ୍କା ପଇସା ପାଇଁ ନୁହେଁ ଗରିବ ନିରୀହ ଲୋକଙ୍କୁ ମାଗଣାରେ ସାହାଯ୍ୟ କରି ଜୀବନ ବଞ୍ଚାଇବା ପାଇଁ ମଣିଷ ମରିଗଲା ପରେ ତାଙ୍କୁ ପୋଡି ପୋତି ଦିଆଯାଉଛି ତାହା କୌଣସି କାମରେ ଆସୁନାହିଁ ବୋଲି ସେ ମତ ଦେଇଛନ୍ତି। ସେଥିପାଇଁ ସେ ଅଙ୍ଗ ଦାନ କରିବା ପାଇଁ ଆଗେଇ ଆସିଛନ୍ତି ସରକାରୀ ସ୍ତରରେ ସାମ୍ବାଦିକ ଅଶୋକ କୁମାର ପ୍ରଧାନ ପଞ୍ଜିକରଣ କରିଛନ୍ତି। ତାଙ୍କ ଶରୀରର ପ୍ରତ୍ୟେକ ଟି ଅଙ୍ଗ ସେ ଅନ୍ୟ ଲୋକଙ୍କ ଶରୀରରେ ପ୍ରତିରୋପଣ କରିବାକୁ ଦେବେ ଏ ସମ୍ପର୍କ ରେ ଚୁକ୍ତିନାମା କରିଥିବା ଜଣାପଡିଛି । ଅଙ୍ଗଦାନ ପଞ୍ଜିକରଣ ଖବର ଚାରିଆଡେ ପ୍ରଚାରିତ ହେବା ପରେ ଯୁବ ସାମ୍ବାଦିକ ଅଶୋକ କୁମାର ପ୍ରଧାନ ଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ଢେର ସାରା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୃତ୍ୟୁ ପରେ ଅଙ୍ଗ ପ୍ରତି ରୋପଣ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚେଇବା ଏକ ମହତ କାମ ତେଣୁ ପ୍ରତ୍ୟେକ ସଚେତନ ନାଗରିକ, ସ୍ବେଛାସେବୀ ଅଗ୍ରସର ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ଓ ସମାଜ ପାଇଁ ଯୁବ ସାମ୍ବାଦିକ ଅଶୋକ କୁମାର ପ୍ରଧାନ ନୂଆଁ ବାର୍ତା ଦେଇଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.