ପଶ୍ଚିମେଶ୍ୱରଦେବ ଙ୍କ ପୀଠରେ ଷଷ୍ଠ ବାର୍ଷିକ ଆଞ୍ଚଳିକ ବିଶ୍ୱ ଶାନ୍ତି ମହାଜଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ।

0 285

ବୋଲଗଡ଼,୦୨/୦୩(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ପାଟବନ୍ଧ ଗ୍ରାମର ପଶ୍ଚିମେଶ୍ୱର ଦେବଙ୍କ ପୀଠରେ ୪ଦିନଧରି ଷଷ୍ଠ ବାର୍ଷିକ ଆଞ୍ଚଳିକ ବିଶ୍ୱ ଶାନ୍ତି ମହାଜଜ୍ଞ ଅନୁଷ୍ଠିତ ହେଉଅଛି। ପାଟବନ୍ଧ ଗ୍ରାମ ସମେତ ପଡୋଶୀ ଗ୍ରାମର ଜରିପଡା, ପୋଡପାଟଣା, ଗୋଡିଆଳି, ବେଣାଗାଡିଆ,ଖଲିକୋଟ ସମେତ ବାହାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ମହାଯଜ୍ଞ ରେ ଯୋଗଦାନ କରିବାର ଦେଖିବାକୁ ମିଳିଛି । ଆରାଧ୍ୟ ଠାକୁର ପଶ୍ଚିମେଶ୍ୱର ଦେବ ଙ୍କ ପୀଠରେ ବୈଦିକ ବିଧିରେ ଆଞ୍ଚଳିକ ବିଶ୍ବଶାନ୍ତି ମହାଯଜ୍ଞ ମହା ଆଡମ୍ବର ସହକାରେ ପ୍ରତିବର୍ଷ ଭଳି ଏ ବର୍ଷମଧ୍ୟ ଧୁମଧାମରେ ଅଞ୍ଚଳ ବାସୀ ପାଳନ କରୁଅଛନ୍ତି । ପ୍ରଥମ ଦିନରେ ଅଙ୍କୁର ରୋପଣ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ମା ବୁଢୀଦେଇ ସିଂହନାଦ ଡ୍ୟାମ୍ ରୁ ଜଳ କଳସ ଧରି ପାରମ୍ପରିକ ପଟୁଆର ସୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ପଶ୍ଚିମେଶ୍ୱର ଦେବଙ୍କ ଜଜ୍ଞବେଦୀରେ କଳସ ସ୍ଥାପନ କରିଥିଲେ।୩ତାରିଖ ଓ ୪ ତାରିଖରେ ବ୍ୟାସ ଓ ଆଚାର୍ଯ୍ୟ ମାନଙ୍କଦ୍ୱାରା ଶ୍ରୀମଦ୍ ଭାଗବତ ଗୀତା ଆହୁତି, ସୂର୍ଯ୍ୟ ପୂଜା, ଗୋ ପୂଜା, ଶାଲା ପୂଜା, ରୁଦ୍ର ଅଷ୍ଟାଧ୍ୟାୟି, ରାଷ୍ଟ୍ର ହୋମ, ଦୁର୍ଗା ସପ୍ତଶତୀ ପୂଜା କରି ପୂର୍ଣାହୁତି ସମାପନ କରଯିବ। ଏହି ଅବସରରେ ପ୍ରତ୍ୟକ ରାତ୍ରିରେ ବାଦୀ ଭାଗବତ,ସଂକୀର୍ତନ,ଶେଷ ରାତ୍ରି ରେ ରାମନାଟକ ପରିବେଷଣ କରାଯିବ ବୋଲି ଜଜ୍ଞ କମିଟି ତରଫରୁ ସୂଚନା ମିଳିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.