ସହରାଞ୍ଚଳର ବିକାଶ ରାଜ୍ୟ ସରକାରଙ୍କ ସଂକଳ୍ପ ସଚେତନତା ଶିବିର ଅନୁଷ୍ଠିତ ।

0 396

କୋଦଳା,୨୨/୦୨(ପିପିଟି):ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ଲୋକ ଲୋଚନଙ୍କୁ ଆଣିବା ଓ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ବେଳେ ବୁଧବାର ସନ୍ଧ୍ୟା ସମୟରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କୋଦଳା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆମ ଓଡିଶା ନବୀନ ଓଡିଶା ଓ 5 T ରୂପାନ୍ତରିକରଣ, ମହିଳା ସଶକ୍ତିକରଣ ଯୋଜନା, ମୁକ୍ତା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜାଗା ମିଶନ, ସ୍ମାର୍ଟ ପାର୍କ ଷ୍ଟ୍ରିଟ ଲାଇଟ, ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ର ମାଧ୍ୟମରେ ନିର୍ମାଣ ହୋଇଥିବା ବହୁ ଉନ୍ନୟନ କାର୍ଯ୍ୟକୁ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ କରିବା ସହିତ ଜନ ସାଧାରଣଙ୍କୁ ସଚେତନତା କରାଯାଇଥିଲା । ଅତିଥି ମାନେ ମଧ୍ୟ ନିଜ ନିଜ ବକ୍ତ୍ୟବ୍ୟରେ ପୂର୍ବ କୋଦଳା ଓ ବର୍ତ୍ତମାନ ର ବିକଶିତ କୋଦଳା ଉପରେ ନିଜ ନିଜର ମତାମତ ପ୍ରକାଶ କରିଥିଲେ । ଏହି ଅବସର ରେ ସରକାର ଘୋଷଣା କରିଥିବା ୧୦୦୦/- ଟଙ୍କା ରାସନ କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରିବା ସହିତ ଏହାର ଶୁଭାରମ୍ଭ କରିଥିଲେ। ଏଥିସହ ମଧୁବାବୁ ପେନସନ ଯୋଜନାରେ ବର୍ଦ୍ଧିତ ଟଙ୍କାର ମଧ୍ୟ ଶୁଭାରମ୍ଭ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ନେତୀ ଦୁର୍ଯ୍ୟୋଧନ ଗୌଡ଼ , ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ୪୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ, ବିଜେଡି ରାଜ୍ୟ ମହିଳା ସମ୍ପାଦିକା ଗଜଲକ୍ଷ୍ମୀ ପଣ୍ଡା,ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା, ଯୁବ ବିଜେଡି ସଭାପତି ସୁଦାମ ମହାନ୍ତିଙ୍କ ସମେତ ସମସ୍ତ କାଉନସିଲର,ଜନପ୍ରତିନିଧି, ବିଜୁ କର୍ମୀ ଓ ମହିଳା ମା ମାନେ, ଏନ୍ଏସି କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ଏନ୍ଏସି ର କର ଅସୁଲକାରି ଅଧିକାରୀ ରାମ କୃଷ୍ଣ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.