ଓଡ଼ିଶା ଶିକ୍ଷକ ଏକତାର ପ୍ରତୀକ ଟିକାତାଳର ଶିକ୍ଷକ ଶହୀଦ ପୀଠ।

0 336

ବୋଲଗଡ଼,୦୫/୦୨(ପିପିଟି):ବୋଲଗଡ଼ ବ୍ଳକ ଅନ୍ତର୍ଗତ ପିଚୁକୁଳି ଗ୍ରାମ ପଞ୍ଚାୟତର ଟିକାତାଳ ଗ୍ରାମ ରେ ଶିକ୍ଷକ ଶହୀଦ ପୀଠ ଅବସ୍ଥିତ। ଏହି ଶହିଦ ପୀଠ ଜଣାଇ ଦିଏ ଯେ ଶିକ୍ଷକ ଏକତାର ଏକ ପ୍ରତୀକ। ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଓଡ଼ିଶା ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଆହ୍ବାନ ରେ ଓଡ଼ିଶା ର ତତକାଳୀନ ସରକାର ଙ୍କ ଶିକ୍ଷକ ଓ ଶିକ୍ଷା ବିରୋଧୀ କାର୍ଯ୍ୟକ୍ରମ ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ ଭୂବନେଶ୍ବର ଠାରେ ଲକ୍ଷ ଲକ୍ଷ ଶିକ୍ଷକ ମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇ ଥିଲା। ସ୍ୱର୍ଗତ ଅବନୀ କୁମାର ବରାଳ ଓ ସ୍ୱର୍ଗତ ବନମାଳୀ ବ୍ରହ୍ମଚାରୀ ଙ୍କ ନିର୍ଦ୍ଦେଶରେ ଏହି ସମାବେଶର ଆୟୋଜନ ହୋଇଥିଲା। ଏହି ସମାବେଶରେ ଯୋଗଦାନ କରିବାପାଇଁ ବସ୍ ରେ ଅନେକ ଶିକ୍ଷକ ଯାଉଥିଲେ। ସେଥି ମଧ୍ୟରୁ ଗୋଟିଏ ବସ୍ ଟିକାତାଳ ଠାରେ ଥିବା ନଣ୍ଡା଼ ହୋଇ ଯାଇଥିବା ବରଗଛ ସହିତ ମର୍ମନ୍ତୁଦ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା।ସେଥିରେ ବିଳାସିନୀ ମହାରଣା, ଶାନ୍ତିଲତା ପଟ୍ଟନାୟକ,ତରୁଲତା ପଟ୍ଟନାୟକ, କାହ୍ନୁଚରଣ ପଟ୍ଟନାୟକ, ବ୍ରଜବନ୍ଧୁ ସୁବୁଦ୍ଧି, ଓ ବାନାମ୍ବର ସାହୁଙ୍କର ଅକାଳ ବିୟୋଗ ଘଟିଥିଲା।ସେମାନଙ୍କର ଅମ୍ଳାନ ସ୍ମୃତି ଓ ବଳିଦାନକୁ ଚିରସ୍ମରଣୀୟ କରିବା ପାଇଁ ଟିକାତାଳର ସେହି ଦୁର୍ଘଟଣା ହୋଇଥିବା ସ୍ଥାନ ରେ ଏକ ସ୍ମୃତିସ୍ଥମ୍ବ ନିର୍ମାଣ କରାଯାଇଛି। ଏହି ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା) ଓ ସ୍ୱର୍ଗତ ଗୟାଧର ରାଉତ ଅର୍ଥ ପ୍ରଦାନ କରିଥିଲେ। ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ କୃଷ୍ଣ ଚନ୍ଦ୍ର ବଳିଆରସିଂହ, ରଘୁନାଥ ଦଳବେହେରା, ଦିବାକର ପରମଗୁରୁ, ସ୍ୱର୍ଗତ ଚନ୍ଦ୍ରଶେଖର ତ୍ରିପାଠୀ ଅହୋରାତ୍ର ପରିଶ୍ରମ କରିଥିଲେ। ଏବଂ ଏଥିପାଇଁ ସ୍ୱର୍ଗତ ରାଜକିଶୋର ପଟ୍ଟନାୟକ ଓ ସୁମନ୍ତ ଛୋଟରାୟ ଙ୍କ ପରାମର୍ଶ ଓ ଦିଗଦର୍ଶନ ପ୍ରଦାନ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.