ଉପଖଣ୍ଡ ସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ପାଳିତ ।

0 318

ବ୍ରହ୍ମପୁର,୨୫/୦୧(ପିପିଟି):ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୪ତମ ଜାତୀୟ ଭୋଟର ଦିବସ ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀଙ୍କ ତତ୍ତ୍ଵାବଧାନରେ ଆଜି ବ୍ରହ୍ମପୁର ରାମ ଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନର ଚତୃପାର୍ଶ୍ଵରେ ଏକ ବିଶାଳ ମାନବ ଶୃଙ୍ଖଳ ର ଆୟୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ସ୍ଵଂୟ ସହାୟକ ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ଏହି ବିଶାଳ ମାନବ ଶୃଙ୍ଖଳରେ ଯୋଗଦେଇଥିଲେ । ପ୍ରଶାସନ ତରଫରୁ ମତଦାନ ବିଷୟରେ ସଚେତନତାର ବାର୍ତ୍ତା ନାଗରିକ ମାନଙ୍କୁ ଦିଆଯାଇଥିଲା କିପରି ନାଗରିକମାନେ ଶୃଙ୍ଖଳିତ ଓ ସ୍ବଚ୍ଛତାର ସହିତ ମତଦାନ କରିବେ ତାର ଶପଥ ପାଠ କରାଯାଇ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭଗୃହରେ ବିଡ଼ିଓ, ବି ଏଲ୍ ଓ ,ବି ଏଲ ଓ ସୁପର୍ଭାଇଜର ମାନଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । Best BLO supervisor,best eletoral literacy ,Best AERO of Berhampur subdivision, Best nodal officer,Best VAF ପୁରସ୍କାର ପ୍ରଦାନ କରାଯାଇଥିଲା, ଏବଂ ନୂତନ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଉପଜିଲ୍ଲାପାଳ ଆଶୁତୋଷ କୁଲ୍କକର୍ଣି, ଅତିରିକ୍ତ ଉପଜିଲ୍ଲାପାଳ ଡ଼ ଗୌରବମୟ ପ୍ରଧାନ,ଡେପୁଟି କଲେକ୍ଟର ସୁବ୍ରତ ରାମବିରାମ ଶତପଥୀ ଓ କସ୍ତୁରୀ ସ୍ୱାଇଁ ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ମଞ୍ଚାସୀନ ଥିଲେ । ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.