ବିଶ୍ୱ ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ ଉଦଯାପିତ ।

0 284

କୋଦଳା,୨୪/୦୧(ପିପିଟି):ଦୀର୍ଘଦିନ ଧରି ଚାଲିଥିବା ଜଗନ୍ନାଥ ସଂସ୍କୃତି ଉପରେ ପର୍ଯ୍ୟବେଷିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ ହୋଇଯାଇଛି । କୋଦଳା ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାତ୍ତାରାମ ବିଷୋୟୀଙ୍କ ପୌରୋହିତ୍ୟରେ ନୂଆ -ଓ କାଯ୍ୟକ୍ରମ ଅଧିନସ୍ଥ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ବନମାଳୀ ପାଣିଗ୍ରାହୀ,ମୁଖ୍ୟ ବକ୍ତା ଡଃ . ଜଗନ୍ନାଥ ତ୍ରିପାଠୀ ଓ ପ୍ରାଧ୍ୟାପକ ହୃଷିକେଶ ପ୍ରହରାଜ ମଞ୍ଚାସିନ ରହି ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଛାତ୍ର /ଛାତ୍ରୀଙ୍କୁ ବିଶେଷ ସୂଚନା ପ୍ରଦାନ କରିଥିଲେ । ନୋଡାଲ ଅଫିସର ରୋହିତ କୁମାର ବାରିକ କାର୍ଯ୍ୟକ୍ରମର ଧାରା ବିବରଣୀ ପାଠ କରିଥିଲେ । ଏହି ଅବସର ରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇ ଶେଷରେ କୃତି ଛାତ୍ର ଓ ଛାତ୍ରୀମାନଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପକ କାଳିନ୍ଦୀ ଚରଣ ଦାସ,ସମୀର ପରିଡ଼ା, ଶ୍ରୀମତୀ ମୌସୁମୀ ମିଶ୍ର,ସାଗରିକା ଦାସ, ସୁଶ୍ରୀ ସଂଧ୍ୟାରାଣୀ ତରାଇ, ପଞ୍ଚାନନ ଦାସ, ଆଶୁତୋଷ ପରିଡ଼ା ଓ ସମସ୍ତ ଅଣଶିକ୍ଷକ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ପ୍ରିୟଙ୍କା ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Leave A Reply

Your email address will not be published.